ଓଡିଆଣୀ
ଓଡିଆଣୀ
ଓଢଣୀ ଆଚ୍ଛଦେ ଦିବ୍ୟ ପରିଚ୍ଛଦେ
ଶୋଭା ପରିପୂର୍ଣ୍ଣ ବେଶ
ଦେଖି ଦେଲେ ଲାଗେ ସରଗ ସୁଷମା
ସତେ କି ମର୍ତ୍ତ୍ୟେ ପ୍ରକାଶ ।
ମୁଖ କମନୀୟା ବେଶ ଶୋଭାନୀୟ
ଉକୁଟାଇ ନାନା ଚିତା
ସୁୁନ୍ଥ। ଓ ଲଲାଟ ସିନ୍ଦୂରେ ସୁନ୍ଦର
ପାଦରେ ନାଲି ଅଳତା ।
ଶାଢୀ ପରିଧାନେ ଜନ ମନ କିଣେ
ସ୍ନେହ ଶ୍ରଦ୍ଧା ବ୍ୟବହାର
ଖୋଷାରେ କୁସୁମ ଦିଶେ ସୁସୁଷମ
ପ୍ରତି ଅବୟବ ତାର ।
ପ୍ରେମ ଓ ପ୍ରଣୟ କରୁଣା ପ୍ରବାହ
ସେତେ କିବା ମୂର୍ତ୍ତି ମତି
ଏକାଧାରେ ସଦା କି ଆନନ୍ଦ ପ୍ରଦା
ବିପୁଳ ଭାବ ବିଭୂତି ।
ଧର୍ଯ୍ୟ ଓ ସହନ ଯାର ଅନୁପମ
ସୁମଧୁର ସୁଖକର
ନାନା ଅଳ ଙ୍କାର ଅଙ୍ଗ ଦେଶେ ତାର
ଝଳି ଦିଶଇ ଭାସ୍ଵର ।
ଚାରୁ ହାସ ମୟୀ ଚାରୁ ଭାସ ମୟୀ
ସ୍ନେହ ଆଦର୍ଶର ଧାର
ଝରଇ ଯାହାର ଅପାର ଆଦର
ସ୍ନେହେ ଜିଣେ ପରିବାର ।
ସଭିଙ୍କୁ ସମ୍ମାନ ସଉହାର୍ଦ୍ଦ୍ୟ ଦାନ
କରୁ ଥାଏ ନିତି ନିତି
ଓଡ଼ିଆଣୀ ପାଇଁ ଓଡ଼ିଆ ସଂସ୍କୃତି
ଲଭଇ ଚିର ସୁଖ୍ୟାତି ।
ଶଙ୍ଖା ଚୁଡ଼ି ଶୋଭା କେଡେ ମନଲୋଭା
ବେନି କରେ ଦିଶେ ତାର
ଗୁରୁ ଜନେ ଭକ୍ତି ଲଘୁ ଜନେ ନିତି
କରଇ ସ୍ନେହ ଅପାର ।
ସଂଜେ ସଞ୍ଜ ବତୀ ଜଳାଇ ଭକତି
ଅନ୍ତରେ ବଜାଇ ଶଙ୍ଖ
ସଭିଙ୍କର ଶୁଭ ମନାସି ସୁଦିବ୍ୟ
ଭାବରେ ଭରା ନିଶଙ୍କ ।
ଶ୍ରାଦ୍ଧ ସେବା ପୂଜା ପର୍ବ ପର୍ବଣୀରେ
ବ୍ରତ ଉପବାସ କରି
ନାନା ଓଷା ପାଳି ପିଠା ପଣା କ୍ଷୀରି
କରେ ସେ ସୁଆଦ ଭରି ।