ଭିଜାମାଟି
ଭିଜାମାଟି
ଭିଜା ମାଟିର ବାସ୍ନା ବିଭୋର
ପୁଲକିତ ତନୁମନ,
ଗାଏ ସଙ୍ଗୀତ ଭରି ମୂର୍ଚ୍ଛନା
ମନେ ଭରି ଜାଗରଣ ।
ବର୍ଷାର ଛିଟା କାକର ବିନ୍ଦୁ
ଅଶାନ୍ତ ନିଦାଘ ଦାଉ,
ପଳାଶ ଫୁଲ ରକ୍ତିମ ଆଭା
ଅବା କୋଇଲିର କୁହୁ ।
ସନ୍ଧ୍ୟା ବିତାନେ ରଜନୀ ଗନ୍ଧା
ଶେଫାଳି ଫୁଲର ବାସ,
ଗୋଧୂଳି ଗୋଠ ଠାକୁର ପୀଠ
ଶିଶୁ ର ଦୋରଟି ହସ ।
ସବୁଠି ଦେଖ ସେ ଅନୁଭବ
ଆପଣାର ଅନୁରାଗ,
ଭିଜା ମାଟିର ଆଦରେ ଥାଏ
ବଞ୍ଚିବାର ବଇଭବ ।
ମୋହିତ ଆଜି କବି ପରାଣ
ଗାଏ ଭିଜାମାଟି ଗୀତ,
ପୁଲକ ଭରେ ପ୍ରତି ଅନ୍ତରେ
ମାଁ ମାଟି ମଣିଷ ସତ ।
ସତ୍ଯ ଯେ ଶିବ ସୁନ୍ଦର ସମ
ପ୍ରୀତି ମୂର୍ଚ୍ଛନା ଗାଇ,
ଭିଜା ମାଟିରେ ଭିଜିବା ଚାଲ
ଅତୀତ ଭୁଲି ଯାଇ ।
