ଅଠର "କ' ପଣକିଆ ଗୀତ
ଅଠର "କ' ପଣକିଆ ଗୀତ
ଅଠର ଏକେ ଅଠର,
ମୁଣ୍ଡ ବିନ୍ଧୁଛି ବୋଉ ମୋର l
ଅଠର ଦୁଗୁଣେ ଛତିଶୀ,
ଅମୃତାଞ୍ଜନ ଟିକେ ଦେ' ଘଷି l
ଅଠର ତିରିକି ଚଉବନ,
ଶୋଇବାକୁ ଖାଲି ହୁଏ ମନ l
ଅଠର ଚଉକୁ ବାସ୍ତରୀ,
ମୁଣ୍ଡ ବୁଲାଉଛି ଘିରିଘିରି l
ଅଠର ପଞ୍ଚା ନବେ,
କିଛି କରିପାରିବିନି ମୁଁ ଏବେ l
ଅଠର ଷୋକୋ ଶହେ - ଆଠ,
ଚାଲି ପାରୁନlହିଁ ଜମା ବାଟ l
ଅଠର ସତା ଶହେ -ଛବିଶି,
ଅନ୍ଧାରିଆ ଦିଶୁଅଛି ବେଶୀ l
ଅଠର ଅଷ୍ଟା ଶହେ - ଚଉରାଳସୀ,
ତଳେ ଜମାରୁ ପାରୁନାହିଁ ବସି l
ଅଠର ନୂଆଁ ଶହେ - ବାଷଠି,
ସକାଳୁ ଘସିନି ଦାନ୍ତକାଠି l
ଅଠର ଦଶା ଶହେ - ଅଶୀ,
ମନ ମୋର ଏବେ ଅଛି ଖୁସି l
