ନିର୍ଦ୍ଦୟ ଈଶ୍ୱର
ନିର୍ଦ୍ଦୟ ଈଶ୍ୱର
ଚାରିବର୍ଷ ହେଲା ଛପର ହୋଇନି
ଭଙ୍ଗା କୁଡିଆଟି ମୋର
ଦିନରେ ସୂରୁଜ ଆତଯାତ କରେ
ରାତିରେ ଜୋଛନା ଧାର I
ବରଷା ଆସିବା ଦେଖିଦେଲେ ମୋର
ଛାତିହୁଏ ଧଡ ପଡ
ଗଲା ସନ ଘର କାନ୍ଥ ପଡି ମାଆ
ଚାଲିଗଲା ଆରପୁର I
କାହାକୁ କହିବି ଦୁଃଖ କଥା ମୋର
କିଏ ବା ଶୁଣିବ କିଆଁ
ରକ୍ତ ପାଣି କରି ଦିନ ରାତି ଖଟେ
ଲିଭେ ନାହିଁ ପେଟ ନିଆଁ I
କେଉଁଠାରେ ଭାସେ ଖିରି ପୁରି ପୁଣି
ବିଦେଶୀ ମଦର ସୁଅ
ଭୋକ ବିକଳରେ ମୋ ବଢିଲା ଝିଅ
ବିକେ ଯାଇ ତାର ଦେହ I
ଏ କି ଅବିଚାର ତୁମରି ସୃଷ୍ଟିରେ
ଭଗବାନ ଥରେ କୁହ
ଜଣେ କିଆଁ ଏଠି ଖୁସି ମନାଉଛି
ଜଣେ ପୋଛେ ଆଖି ଲୁହ I