STORYMIRROR

Ajit Kumar Raut

Action Classics

3  

Ajit Kumar Raut

Action Classics

ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ

ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ

1 min
241


ଓଡିଆ ମଙ୍ଗଳ ସାଧନେ କାରଣ


ସମ୍ମିଳନୀର ଉଦ୍ଦେଶ୍ୟ,


କି ପରି ହୋଇବ ଭାଷାର ଉନ୍ନତି


ଗଠନ ହିଁ ତା ଉଦ୍ଦେଶ୍ୟ।୧।


ଉତ୍କଳ ଜାତିର ଅର୍ଥ ହିଁ ହେଉଛି


ଓଡ଼ିଆ ଭାବନ୍ତି ମନେ,


ବିଚ୍ଛନ୍ନାଚଳରେ ରହୁ ଥିଲେ ମଧ୍ୟ


ଓଡ଼ିଆ ଭାଷୀ ସେମାନେ।୨।


ଅତୀତ ଗୌରବ ମନେଟି ଯାହାର


ଗୌରବାନ୍ନିତ ହିଁ ମନେ,


ସମୟର ଚକ୍ରେ ବିଚ୍ଛିନ୍ନାର ଦୁଃଖ


ରହି ଅଛି ସଦା ମନେ।୩।


ଦୁଇଟି ଜୀବନ ପ୍ରତ୍ୟେକ ବ୍ୟକ୍ତିରେ


ଗୋଟିଏ ଟି ବ୍ୟକ୍ତିଗତ,


ଅନ୍ୟଟି ହେଉଛି ଜାତୀୟ ଜୀବନ


କର୍ତ୍ତବ୍ୟ ହିଁ ଅପ୍ରମିତ।୪।


ଜାତୀୟ ଜୀବନେ ଭାଷାର ଉନ୍ନତି


କର୍ତ୍ତବ୍ୟ ହିଁ ସର୍ବୋପରି,


ଉତ୍କଳ ସମ୍ମିଳନୀ ଭାଷା ବିକାଶେ


କରେ କାର୍ଯ୍ୟ ମନ ଭରି।୫।


ବିଚ୍ଛନ୍ନାଚଳରେ ହୋଇଛି ସ୍ଥାପନ


ଭାଷାରେ ଶିକ୍ଷାର ପାଇଁ,


ଧ୍ୟାନ ନାହିଁ ସେତେ ଭାଷାର ଗୌରବେ


ଦୁଃଖ ଲାଗେ ସେଥି ପାଇଁ।୬।


ବିଦେଶୀ ଭାଷାରେ ଗୃହସ୍ତ ଜଡ଼ିତ


ଗୁଲାମିତ ଯାଉ ନାହିଁ,


ଇଂରାଜୀ ଭାଷାରେ ପାଗଳ ସମସ୍ତେ


ଧାଇଁ ଛନ୍ତି ପଛେ ତହିଁ।୭।


ଜୀବନେ ଉଦ୍ଦେଶ୍ୟ ନିଜ ଭାଷା ପ୍ରତି


ରହୁ ଅଙ୍ଗେ ଅଙ୍ଗେ ପ୍ରେମ,


ବିଦେଶୀ ଭାଷାର ନ ହେଉ ଆଦର


ଭାଷା ପ୍ରତି ରହୁ ପ୍ରେମ।୮।


ମାତୃଭାଷା ଅଟେ ଜୀବନେ ରତନ


ମାତୃଭୂମି ସର୍ବଶ୍ରେଷ୍ଠ,


ତାହାରି କାର୍ଯ୍ୟରେ ସମର୍ପଣ ଭାବ


ଜୀବନରେ ରହୁ ଶ୍ରେଷ୍ଠ।୯।


ଭାଷାର ପାଇଁ ଟି ଗଠନ ତାହାର


ବିଛିନ୍ନା ଭୂମିରେ ଭାଇ,


ନିସ୍ବାର୍ଥ ଭାବରେ ପ୍ରେମ ଶ୍ରଦ୍ଧା ବଳେ


ସାର୍ଥକ କରିବା ଭାଇ।୧୦।


ନିଜ ଲାଭ ଇଚ୍ଛା ମନରୁ ତେଜିଣ


ଭାଷା ପାଇଁ କାର୍ଯ୍ୟ କର


ତେବେ ହିଁ ଉନ୍ନତି ହୋଇବ ଭାଷାର


ଭାଷାର ଆଦର କର।୧୧।


ଓଡ଼ିଆ ମଙ୍ଗଳ ସାଧନେ କାରଣ


ସମ୍ମିଳନୀର ଉଦ୍ଦେଶ୍ୟ,


କି ପରି ହୋଇବ ଭାଷାର ଉନ୍ନତି


ଗଠନ ହିଁ ତା ଉଦ୍ଦେଶ୍ୟ।୧୨।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action