STORYMIRROR

Sambit Srikumar

Action Classics Inspirational

3  

Sambit Srikumar

Action Classics Inspirational

ମାଟିର ମୂର୍ତ୍ତିକାର

ମାଟିର ମୂର୍ତ୍ତିକାର

1 min
229


ଦୁର୍ବଳ ଶୋଷିତ ବର୍ଗର ଶାଣିତ ସ୍ବର

ମେହନତି ମଣିଷର ଦରଦୀ ବନ୍ଧୁ

ଦୁଃଖ ଦୁର୍ଦ୍ଦିନରେ ସମ ଭାଗୀଦାର

ସିଏ ମାଟିର ମଣିଷ ମାଟିର ମୂର୍ତ୍ତିକାର।


କଥା କହେ ସଦା ଏଇ ମାଟି ମାଆର

ଲଢୁଥାଏ ଅବିରତ ମାଟି ମାଆ ପାଇଁ

ଜିଉଁଥାଏ ନିଜ ଜୀବନ ମାଟି ମାଆ ପାଇଁ

ମାଟିର ମୂର୍ତ୍ତିକାର ଜାତିର କର୍ଣ୍ଣଧାର ସେଇ।


ଯାହାର ହୃଦୟ କାନ୍ଦେ ଦୁଃଖି ରଙ୍କୀ ପାଇଁ

ଦୁର୍ଗତିରେ ସଦା ରହିଥାଏ ସାଥି ହୋଇ

ଆନକୁ ରକ୍ଷାକରେ ଆପଣାର ପ୍ରାଣ ଦେଇ

ଦୁର୍ଗତର ବନ୍ଧୁ ଗରିବର ତ୍ରାଣକର୍ତ୍ତା ସେଇ।


କରେ ନାହିଁ କେବେ ବି ଆପଣାର ଆତ୍ମପ୍ରଚାର

ଆତ୍ମଶ୍ଲାଘା ଥାଏ ତାହାରି ସତ୍ତା ଠୁଁ ବହୁ ଦୂର

ସିଏ ମାଟିର ନିଷ୍କାମ ପୂଜାରୀ ମାଟିର ମୂର୍ତ୍ତିକାର

ସଠିକ୍ ଅର୍ଥରେ ଏଇ ଜାତିର ଉତ୍ତୁଙ୍ଗ କର୍ଣ୍ଣଧାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action