STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ମହାପ୍ରଭୁଙ୍କର ଘୋଡଲାଗି ବେଶ

ମହାପ୍ରଭୁଙ୍କର ଘୋଡଲାଗି ବେଶ

1 min
352

  


ସୃଷ୍ଟି କରି ଏ ସଂସାର ମହାପ୍ରଭୁ ପରଂବ୍ରହ୍ମ,

     ସବୁରି ମଙ୍ଗଳ ଲାଗି କରିଛନ୍ତି ଯେ ନିୟମ।

ବରଷକୁ ଛଅ ଋତୁ ବଦଳଇ ତ ପ୍ରକୃତି,

    ଏକ ପରେ ଏକ ଆସି କ୍ରମରେ କରନ୍ତି ଗତି।

ଋତୁ ଅନୁସାରେ ପାଗ ହୁଅଇ ପରିବର୍ତ୍ତନ,

  ସେ ଧାରାରେ ପ୍ରଭାବିତ ହୁଏ ପ୍ରାଣୀଙ୍କ ଜୀବନ।

ମହାପ୍ରଭୁଙ୍କୁ ନେଇ ସମାଜେ ସଭ୍ୟତା ସଂସ୍କୃତି,

  ସେ ଭାବେ ହୁଏ ପୂଜା ଅର୍ଚ୍ଚନା ସବୁ ନୀତି କାନ୍ତି।

ଭୂମଣ୍ଡଳେ ଆସିଲେ ଶୀତଋତୁ ସମୟ କ୍ରମେ,

    ଶୀତର ଉପଚାର ହୁଅଇ ଶ୍ରୀକ୍ଷେତ୍ରର ଧାମେ।

ମହାପ୍ରଭୁ ସ୍ଵୟଂ ହୁଅନ୍ତି ଯେ ଘୋଡଲାଗି ବେଶ,

    ମାନବ ଲୀଳାରେ କରିଥାନ୍ତି ସ୍ଵରୂପ ପ୍ରକାଶ।

ମାର୍ଗଶିର ଶୁକ୍ଳ ଷଷ୍ଠୀରୁ ମାଘ ଶୁକ୍ଳ ପଞ୍ଚମୀ,

   ଏଇ ବେଶ ହୁଅନ୍ତି ଯେ ପ୍ରଭୁ ଜଗନ୍ନାଥ ସ୍ବାମୀ।

ମଧ୍ୟାହ୍ନର ଧୂପ ପରେ ଦୈନଦିନ ଅବକାଶ,

   ଶ୍ରୀଜୀଉମାନଙ୍କର ହୋଇଥାଏ ଏ ଘୋଡବେଶ।

ମାର୍ଗଶିର ଷଷ୍ଠୀଠାରୁ ହୁଏ ଘୋଡଲାଗି ବେଶ,

    ମାଘ ବସନ୍ତ ପଞ୍ଚମୀ ଦିନ ହୋଇଥାଏ ଶେଷ।

ଦୀର୍ଘ ଦୁଇ ମାସ କାଳ ଷାଠିଏ ଦିବସ ଧରି,

  ହୋଇଥାନ୍ତି ଏଇ ବେଶ ନିତି ଯେ ପ୍ରଭୁ ଶ୍ରୀହରି।

ଶୀତ ପାଇଁ ମୋଟା ସୂତା ଘୋଡବସ୍ତ୍ର ଆଦି ସବୁ,

  ଯେମନ୍ତ ପ୍ରବଳ ଥଣ୍ଡା ନ ଲାଗିବ ଦେହେ ଆଉ।

ଫୁଟା,ଟୋପର,ଖଣ୍ଡୁଆପାଟ ସବୁ ମଖମଲ,

  ଘୋଡ଼ାଇ ହୋଇ ପ୍ରଭୁ ଦିଶୁଥାନ୍ତି ଯେ ଅତି ଭଲ। 

ରବିବାରେ ନାଲି ରଙ୍ଗ ସୋମବାରେ କଳାଛିଟା,

    ମଙ୍ଗଳରେ ପାଞ୍ଚ ରଙ୍ଗ ମିଶା ସୁନ୍ଦର ଚହଟା।

ବୁଧବାରେ ନୀଳରଙ୍ଗ ଗୁରୁବାରେ ହଳଦିଆ,

   ଶୁକ୍ରବାରେ ଧଳା ଶନିବାରରେ କଳା ରଙ୍ଗିଆ।

ଠାକୁରମାନଙ୍କୁ ସବୁ ଏଇ ଘୋଡଲାଗି ବେଶେ 

   ସୁନା ଅଳଙ୍କାର ଲାଗି ସଜା ହୁଅଇ ନିର୍ଦ୍ଦେଶେ।

ନବାଙ୍କ ଚୂଳ ମକର ଚୂଳ ସାଥୀରେ ଯେ ମାଳି

     କୁଣ୍ଡଳ,ତିଳକ,ନଳିଭୁଜରେ ଭଳି କି ଭଳି।

ତ୍ରିଶାଖା,ତଡଗି,ଚନ୍ଦ୍ରସୂର୍ଯ୍ୟ,ଆଡକାନି ଆଦି

    ମନୋହର ସଜାହୁଏ ଅଙ୍ଗମାନେ ସବୁ ଛନ୍ଦି।

ମାର୍ଗଶିର ଶୁକ୍ଳପଞ୍ଚମୀ ଚନ୍ଦନଲାଗି ରାତି,

ଶେଷ ହେଲା ପରେ ହୁଏ ଅଧିବାସ ଯେତେ ନୀତି।

ସକାଳୁ ସେବକ ମାନେ କରିଥାନ୍ତି ମଇଲମ,

 ଅଧିବାସ ହୋଇଥିବା ଘୋଡ଼େ ନୀତି କାନ୍ତି କାମ।

ଠାକୁରଙ୍କ ଘୋଡଲାଗି ଚାଲିଥିବା ସମୟରେ

    ପୂଜାପଣ୍ଡାମାନେ ତଳେ ବସି ପୂଜନ୍ତି ବିଧିରେ।

ଶୀତକାଳେ ପିନ୍ଧି ଶୀତ ପରିଧାନ ମହାପ୍ରଭୁ

    ଶୀତରୁ ସୁରକ୍ଷା ଲାଗି ନୀରବେ ବୁଝାନ୍ତି ସବୁ।

ଭକତ ଶ୍ରଦ୍ଧାଳୁ ଜନମାନେ ଆସି ପ୍ରତିଦିନ

    ଶ୍ରୀମନ୍ଦିରେ ଶ୍ରୀଜୀଉମାନଙ୍କୁ କରନ୍ତି ଦର୍ଶନ।

ଜଗତର ନାଥ ଜଗନ୍ନାଥ ଦିଅନ୍ତି ଆଶିଷ

 ସଂସାରରୁ ଦୁଃଖ ଯେତେ ଅପସରି ହେଉ ନାଶ।

ହେ ବଡ଼ଠାକୁର ତୁମ ପାଦେ କରୁଛି ଜୁହାର

   ଘୋଡଲାଗି ପରି ଘୋଡ଼ାଇ ରଖ ସୃଷ୍ଟି ତୁମର।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract