STORYMIRROR

Debabrata Mishra

Action Classics Inspirational

4  

Debabrata Mishra

Action Classics Inspirational

ଜୀବନର କଥା

ଜୀବନର କଥା

1 min
15

#ଗଜଲ 


#ଜୀବନର_କଥା


କେବେ ଏନ୍ତୁଡ଼ି ରଡ଼ି ପୁଣି ଆଣେ ସୁଖର କୁହୁଡ଼ି 

ଶୁଣିବା ଲୋକ ଟା ନିଜ ଜ୍ଞାନେ ଯାହା ବୁଝୁଥାଏ,


ଜୀବନଟା କହୁଥାଏ ତା'ର କାହାଣୀ ଓ କଥା

ବଞ୍ଚିବା ଲୋକଟା ନିଜ ସହ ଏକାକି ଯୁଝୁଥାଏ,


ଶୈଶବରୁ କୈଶୋର ସମୟେ ନିଜ ସହ ହସେ

ବୃଦ୍ଧଟିଏ ହସେ ପୁଣି ଅତୀତକୁ ମନେ ଝୁରୁଥାଏ,


ମାଂସ ପିଣ୍ଡୁଳାରୁ ମଣିଷ ନେଇ ସେ ଈଶ୍ୱର ଆଶିଷ

କେବେ ହସବିନ୍ଦୁ ପୁଣି କେବେ ଲୁହେ ଭିଜୁଥାଏ,


ଚୁଲିର ନିଆଁରେ ଆଳୁ ପୋଡ଼ାରେ ଦିବ୍ୟ ଆନନ୍ଦ 

କାଳର କରାଳ ଗତିରେ ପୁଣି ଭାଗ୍ୟ ପୋଡ଼ାହୁଏ,


କାହାର ସେ ଅଧିକାର ପ୍ରଶ୍ନ ସମୟକୁ କରିବାକୁ

ସେହି ଉତର ଶୁଣିବାର ଛାତି କାହାର ବା ଥାଏ,


ବର୍ତ୍ତମାନ ଶବ୍ଦଟା ଭାଷଣରେ ଭୀଷଣ ହୁଏ ପଢ଼ା

ଅତୀତର ନିଆଁରେ ତ ଅନ୍ତଃମନ ନିତି ଜଳାହୁଏ,


ନିଇତି ନୀତି ଆଦର୍ଶ ଖବର କାଗଜରେ ଛପେ

ପଛରେ ସମାଜର କଳୁଷିତ ଛବି ପ୍ରଦର୍ଶିତ ହୁଏ,


ଜୀବନଟା ଜୀବନୀଟା ଜିଅନ୍ତା ଭୂତର ଚଳଚ୍ଚିତ୍ରଟିଏ

ମୃତ୍ୟୁର ମରିଚୀକାରେ ପ୍ରତିକ୍ଷଣ ମଣିଷ ମରୁଥାଏ,


ଲେଖିବାର ଇଛା ସିନା କିଛି ଭଲ ଭାବନାର ଶବ୍ଦ

ସବୁଥର ଦେବବ୍ରତ ପାଠକ ନିକଟେ କାହିଁ ହାରୁଥାଏ।


©® ଦେବବ୍ରତ ମିଶ୍ର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action