STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

କାର୍ତ୍ତିକ

କାର୍ତ୍ତିକ

1 min
315


କାର୍ତ୍ତିକର ପହିଲି ଆରମ୍ଭ 

କୁମାର ପୂର୍ଣ୍ଣମୀ କହି 

ହବିଷ ପାଳିବେ ଜେଜେ ଜେଜେମା 

ନାତି ନାତୁଣୀ ନାଚନ୍ତି ତାଥେଇ 

ଅରୁଆ ସାଙ୍ଗକୁ ମୁଗ ସାରୁ କଦଳୀ ଡ଼ାଲମା 

ପତରେ ବାଢି ଦେଇ 

ଜେଜେ ଅଜା ଆଈ ଜେଜେମାମାନେ 

କାର୍ତ୍ତିକ ବ୍ରତ ପାଳଇ 

ଅଗସ୍ତି ଶାଗ କନ୍ଦମୂଳ ସାରୁ ଦେଶିଆଳୁ 

ପରିବା ପତର ଖାଇ 

ପାକୁଆ ପାଟିରେ ଆକାଶ ଦୀପକୁ ଚାହିଁ 

ବୁଢା ବୁଢ଼ୀଙ୍କ ଶୁଭ ଦିନ କଟଇ 

ନାତି ନାତୁଣୀଏ ଚାହିଁଥାଆନ୍ତି 

ହବିଷ ବାସନା ପାଇ 

ମାଆ ଜେଜେ ଆଈ ଅଜାଙ୍କ ଡାକକୁ 

ପାଳି ତାଙ୍କ ଆସିବ ହବିଷ ଖାଇବା ପାଇଁ 

ନିଆରା ସୁଆଦ ହବିଷ ଭାତର 

ଅବଢ଼ା ସୁଆଦ କାହିଁ 

ଶୁଖିଲେ ନିର୍ମାଲ୍ୟ ଅନ୍ନ ଅବଢ଼ା ଡାଲି ବେସର 

ଖାଇଛି ଯିଏ ଜାଣିଛି ଏକା ସେହି 

କାର୍ତ୍ତିକ ମାସରେ କେତେ ପର୍ବ ପର୍ବାଣୀ 

ଦୀପାବଳୀ କାର୍ତ୍ତିକପୂର୍ଣ୍ଣମୀ ନେଇ 

ଆସିଛି କାର୍ତ୍ତିକ ପୂର୍ଣ୍ଣମୀରୁ ଆରମ୍ଭ 

କୁମାର ପୂର୍ଣ୍ଣମୀ କହି 

ସରିବ ଏ ମାସ କାର୍ତ୍ତିକ ପୂର୍ଣ୍ଣମୀ ଦିନରେ 

ଡ଼ଙ୍ଗା ଭଷାଇବା କଦଳୀ ପଟୁକା ନେଇ 

କହିବା ଆ କା ମା ଭୈ ପାନ ଗୁଆ ଥୋଇ କହି 

ଶେଷ ହୋଇଯିବ କାର୍ତ୍ତିକ ମାସ ଚାହୁଁ ଚାହୁଁ

ପହିଲି କାର୍ତ୍ତିକ ଆଣିଛି କୁମାର ପୁନେଇଁ 

ହସ ଖୁସିରେ ଜଣାଣ ଯିବା ଗାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action