STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ବିଧାତାଙ୍କ ସୃଷ୍ଟି କେଡେ ସୁନ୍ଦର

ବିଧାତାଙ୍କ ସୃଷ୍ଟି କେଡେ ସୁନ୍ଦର

1 min
400

     M


ବିଧାତାଙ୍କ ସୃଷ୍ଟି କେଡେ ସୁନ୍ଦର 

    ଶୋଭା ଶିରୀ ତାର କି ମନୋହର,

ପ୍ରକୃତିରେ ଭରି ରହିଛି ଚିର 

     ବିଶ୍ଵ ବ୍ରହ୍ମାଣ୍ଡର ବଡ଼ ଠାକୁର ସେ,

ତାଙ୍କ କରୁଣା ଅପାର ଯେ 

       ଗଢ଼ିଛନ୍ତି ମହୀ କରୁଛନ୍ତି ତ୍ରାହି 

ରଖିଛନ୍ତି ଏ ସଂସାର ଯେ।୧।


ଉପରେ ଶୋଭଇ ନୀଳ ଆକାଶ

    ସୂର୍ଯ୍ୟ ଚନ୍ଦ୍ର ତାରା ଜ୍ୟୋତି ପ୍ରକାଶ,

ସ୍ଥାବର ଜଙ୍ଗମ ଠାରୁ ମଣିଷ 

     ସଭିଙ୍କୁ ଜଗତେ ଦିଅନ୍ତି ବାସ ସେ,

ଜୀବଜନ୍ତୁ ବୃକ୍ଷଲତା ଯେ 

      ସବୁଜିମା ଭରା ସୁଷମାର ଧରା 

ସବୁ କିଛିର ନିର୍ମାତା ଯେ।୨।


ନଦ ନଦୀ ବିଲ ବଣ ପାହାଡ଼ 

       ଏକରୁ ଆରେକ ଦିଶଇ ବଡ଼,

ଜଳ ସ୍ଥଳ ଅଗ୍ନି ବାୟୁ ଅମ୍ଵର 

      ଏ ପଞ୍ଚଭୂତକୁ ଚଳାନ୍ତି ଚିର ସେ,

ଜୀବର ଜୀବନ ହୋଇ ଯେ 

      ଭାଗ୍ୟର ଡୋରି ରଖିଛନ୍ତି ଧରି 

ସବୁକୁ ଚଳାନ୍ତି ସେଇ ଯେ।୩।


ଦିବସ ରଜନୀ ରହି ଜାଗ୍ରତ 

      ହୃଦୟରେ ଭାବ କରାନ୍ତି ଜାତ,

କର୍ମ ଦେଖି ଫଳ ଦିଅନ୍ତି ଦାତା 

 ସଂସାରରେ ହର୍ତ୍ତା ପାଳନର କର୍ତ୍ତା ସେ,

ସବୁରି ମଙ୍ଗଳେ ସାହା ଯେ 

     ଦୁଷ୍ଟଙ୍କୁ ସଂହାର ସାଧୁଙ୍କୁ ଉଦ୍ଧାର 

କରନ୍ତି ଇଚ୍ଛାରେ ଯାହା ଯେ।୪।


ସରସ ସୁନ୍ଦର ଭବ ସଂସାର 

      ନିରପେକ୍ଷ ସଦା ତାଙ୍କ ବିଚାର,

ନୀତି ନିୟମରେ ପାଳି ମଣିଷ 

   ଦୁଃଖ ଏଡି ସୁଖେ କରଇ ବାସ ସେ,

ବିଧାତାଙ୍କର ଏ ସୃଷ୍ଟି ଯେ 

    ନିରାକାର ସେଇ ପ୍ରକାଶରେ ଥାଇ 

କରନ୍ତି ଆଶିଷ ବୃଷ୍ଟି ଯେ।୫।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract