STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ଦଶହରା

ଦଶହରା

1 min
9


ଦୁର୍ଗା ପୂଜାର ବଡ଼ ଆକର୍ଷଣ 

ମାଆର ଧରାକୁ ଅବତରଣ 

ଦୁର୍ଗା ନାମେ ଦଶଭୁଜାଙ୍କ ବରଣ 

ଶରଣ ପଶୁଛି ମାଆ କର ରକ୍ଷଣ 

ତୁମ୍ଭ ଦୟା ହେଲେ ସବୁ ପର୍ଯ୍ୟାବରଣ 

ସୁଶୋଭିତ ହୋଇ ଯେମିତି ଝଲସେ ତୋରଣ 

ମାଆ ତୁ ମଣିକାଞ୍ଚନ କରେ ପ୍ରଣାମ 

ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଖ ମାଆ ନମଃ 

ସେଦିନ ବି ଆଜି ଅଛି ଥିଲା ଥିବ ସକାରଣ 

 କୃପା ବଳେ ମାଆ ସକଳ କାରକ କାରଣ 

ଲଷ୍ମୀ କାଳୀ ଚଣ୍ଡୀ ଦୁର୍ଗାଙ୍କ ଭିତରେ ବରଣ 

ଏକରେ ଅନେକ ମାଆ ବନ୍ଦଇ ଚରଣ 

ଘେନ ପ୍ରଣାମ କରୁ ଜଣାଣ 

ସକଳ ଆଶାର ମାଆ ତୁ ପ୍ରଥମ କାରଣ 

ପ୍ରତି ହୃଦୟରେ ବନ୍ଦାପନା ତୋହରି ଚରଣ 

ଫିଙ୍ଗି ଆବରଣ ମାଆ ଦିଅ ଶରଣେ ଶରଣ

ଭେଦ ଭାବ ଦୂରେଇ ହୋଇ ଏକା ମନ ମୁନ ଚୈତନ୍ୟ 

ଶୁଭୁ ଓଁ ମନ୍ତ୍ର ତନ୍ତ୍ର ବିଶ୍ୱ ପର୍ଯ୍ୟାବରଣ 

ସମସ୍ତେ ଜିଅନ୍ତୁ ଜୀଵନ ହସି ଖୋଲା ମନ 

ତୋ ପାଖେ ଗୁହାରି ଏହି ଆବେଦନ 

ଅନୁରୋଧ ସୁସମ୍ମାନେ କରିବୁ ମଞ୍ଜୁର ନିବେଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract