STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ମାଆର ସେନେହ

ମାଆର ସେନେହ

1 min
11


ମାଆର ସେନେହ ମାଆର ମମତା

 ମାଆ ବିନା ଲାଗେ ଜଗତ ପିତା।

ଗରଭ ଯନ୍ତ୍ରଣା କେତେ ସହି ସହି

 ସନ୍ତାନ ସୁଖରେ ଦିନ ଯାଏ ବହି।

ବାତ୍ସଲ୍ୟ ମମତା ନ ହୁଏ ତୁଳନା

ସୃଷ୍ଟିର ଆଧାରେ କେଡେ ଯେ ଅନ୍ୟନା।

ଶିଶୁ ର ଚାଲିରେ ଶିଶୁର କଥାରେ

  ମାଆ ଛାପ ଥାଏ ପ୍ରତି ସୋପାନରେ।

 ବଡ ମଣିଷଙ୍କ ଅପୂର୍ବ ଗଢ଼ଣ

  ସମ୍ଭବ ହୁଅଇ ଏକା ମାଆ ପଣ।

 ଶକତି ର ପରା ଅମୃତ ପସରା

 ମାଆ ଥିଲେ ଦୁଃଖ ହୁଅଇ ପାଶୋରା।

ସ୍ଵୟଂ ଜଗନ୍ନାଥ ଶ୍ରୀକୃଷ୍ଣ ଲୀଳାରେ

ଯଶୋଦା ମାଆର ଉଷୁମ କୋଳରେ।

କେତେ ଲୀଳା ରଚି ଆହାକି ଗୋବିନ୍ଦ

 ଗୋକୁଳେ ଚଳିଲେ ବହୁ ଛନ୍ଦ ମନ୍ଦ।

ମାଆକୁ ଯେ ଭୁଲେ ଅମଣିଷ ହୁଏ

 ସୁଖ ଶାନ୍ତି ଠାରୁ ଦୂରକୁ ପଳାଏ।

ଆସ ହେ ସକଳେ କରି ନେବା ପଣ

 ନିତି ଦେଉଥିବା ମାଆକୁ ସମ୍ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action