ରଙ୍ଗର ପସରା
ରଙ୍ଗର ପସରା
ତୋ ଦେହରେ ଏତେ ନାଲି
କିଏ ଭରିଲା କୃଷ୍ଣଚୂଡ଼ା
ରାତି ଅଳପକୁ ସପନ ମହଲେ
ଜୀଵନ ଆବୁଡା ଖାବୁଡ଼ା
କୃଷ୍ଣଚୁଡାର ରଙ୍ଗ ଦେଖି ଆଖି
ଏକାଠି ବୁଜେ ଖୋଲେ ଦୁଇଯୋଡ଼ା
ଗୀତ ସୁଲଳିତ କଣ୍ଠ ନାହିଁ ସତ
ଦେଖି ନାଲି କୃଷ୍ଣଚୂଡ଼ା
ଅଳପ କଥାରେ ଅଳପ ଗପରେ
ଜୀଵନ ଲାଗେ ଅଲୋଡ଼ା
ରଙ୍ଗର ପସରା ନାଲି ନାଲି ଫୁଲେ
ଦିଶଇ ମନ୍ଦିର ଚୂଡ଼ା
ବୋଉ ଭାଜୁଥାଏ ମୁଢି ବୁଟ ମଟର
ପୁଣି କରୁଥାଏ ଉଖୁଡା
ରହେନାହିଁ ଆଉ ସେଇକଥା ଆଗକୁ
ଯେତେ ପକାଉଥା ପିଢା
ଦେଖି କୃଷ୍ଣଚୂଡ଼ା ଓ ମନ୍ଦିରବେଢା
ପୁଣି ରଙ୍ଗର ପତ୍ରଝଡା
ମନ ମାନିଥିଲେ ଆଖି ବୁଝେ ନାହିଁ
ଆଖି ବୁଝିବା ବେଳେ ମାହାର୍ଦ ଅଭଡ଼ା
ରଙ୍ଗର ମୁରୁଜ ନାଲିଆ ସୁରୁଜ ଘାସ ସବୁଜ
ଚକା ଆଖି ଦୁଇଯୋଡ଼ା
ଦେଖି ସେଇଆଖି ବଞ୍ଚିବାକୁ ସଖି ହୋଇ ସାକ୍ଷୀ
ଫୁଟିଛି ନାଲି କୃଷ୍ଣଚୂଡ଼ା
ରଙ୍ଗର ପସରା ଅସରା ଆସରା ରଖି ପ୍ରକୃତି
ଫୁଟେଇଛି ଫୁଲତୋଡ଼ା
ଘର ପରିବାର ମନ୍ଦିର ନଅର ସହରେ
ରଙ୍ଗର କେତେ ଆଖଡ଼ା
