STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ରଙ୍ଗର ପସରା

ରଙ୍ଗର ପସରା

1 min
245


ତୋ ଦେହରେ ଏତେ ନାଲି 

କିଏ ଭରିଲା କୃଷ୍ଣଚୂଡ଼ା 

ରାତି ଅଳପକୁ ସପନ ମହଲେ 

ଜୀଵନ ଆବୁଡା ଖାବୁଡ଼ା 

କୃଷ୍ଣଚୁଡାର ରଙ୍ଗ ଦେଖି ଆଖି 

ଏକାଠି ବୁଜେ ଖୋଲେ ଦୁଇଯୋଡ଼ା 

ଗୀତ ସୁଲଳିତ କଣ୍ଠ ନାହିଁ ସତ 

ଦେଖି ନାଲି କୃଷ୍ଣଚୂଡ଼ା 

ଅଳପ କଥାରେ ଅଳପ ଗପରେ 

ଜୀଵନ ଲାଗେ ଅଲୋଡ଼ା 

ରଙ୍ଗର ପସରା ନାଲି ନାଲି ଫୁଲେ 

ଦିଶଇ ମନ୍ଦିର ଚୂଡ଼ା 

ବୋଉ ଭାଜୁଥାଏ ମୁଢି ବୁଟ ମଟର 

ପୁଣି କରୁଥାଏ ଉଖୁଡା 

ରହେନାହିଁ ଆଉ ସେଇକଥା ଆଗକୁ 

ଯେତେ ପକାଉଥା ପିଢା 

ଦେଖି କୃଷ୍ଣଚୂଡ଼ା ଓ ମନ୍ଦିରବେଢା 

ପୁଣି ରଙ୍ଗର ପତ୍ରଝଡା 

ମନ ମାନିଥିଲେ ଆଖି ବୁଝେ ନାହିଁ 

ଆଖି ବୁଝିବା ବେଳେ ମାହାର୍ଦ ଅଭଡ଼ା

ରଙ୍ଗର ମୁରୁଜ ନାଲିଆ ସୁରୁଜ ଘାସ ସବୁଜ 

ଚକା ଆଖି ଦୁଇଯୋଡ଼ା 

ଦେଖି ସେଇଆଖି ବଞ୍ଚିବାକୁ ସଖି ହୋଇ ସାକ୍ଷୀ 

ଫୁଟିଛି ନାଲି କୃଷ୍ଣଚୂଡ଼ା 

ରଙ୍ଗର ପସରା ଅସରା ଆସରା ରଖି ପ୍ରକୃତି 

ଫୁଟେଇଛି ଫୁଲତୋଡ଼ା 

ଘର ପରିବାର ମନ୍ଦିର ନଅର ସହରେ 

ରଙ୍ଗର କେତେ ଆଖଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract