STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ବଇଁଶୀ ଖୋଜୁଛି ପାଉଁଜି ସ୍ବନ

ବଇଁଶୀ ଖୋଜୁଛି ପାଉଁଜି ସ୍ବନ

1 min
7

     ବଇଁଶୀ ଖୋଜୁଛି ପାଉଁଜି ସ୍ବନ


🖊️କବିରତ୍ନ ନୂତନ କୁମାର ବେହେରା


କାହିଁ ରାଧା କାହିଁ କୃଷ୍ଣ ମିଳନ

     ଶୂନ୍ୟ ଶୂନ୍ୟ ଲାଗୁଛି ବୃନ୍ଦାବନ,

ନାହିଁ ପ୍ରେମ ପ୍ରୀତିର ପ୍ରତିଦାନ

    ବଇଁଶୀ ଖୋଜୁଛି ପାଉଁଜି ସ୍ବନ।


ଚାଲି ଯାଇଛି ସେ ବିଗତ ଦିନ

     ତା' ସ୍ମୃତି ଝୁରି ହୁଏ ଖାଲି ମନ,

ବିଚ୍ଛେଦରେ ଆସୁଛି ଅଭିମାନ

    ବଇଁଶୀ ଖୋଜୁଛି ପାଉଁଜି ସ୍ବନ।


କଦମ୍ଵ ମୂଳ ଯମୁନା ପୁଲିନ

    ଯେଣେ ଚାହିଁଲେ ଦିଶୁଛି ନିର୍ଜନ,

ରାଗ ରାଗିଣୀର ନାହିଁ ଗୁଞ୍ଜନ

    ବଇଁଶୀ ଖୋଜୁଛି ପାଉଁଜି ସ୍ବନ।


ମଧୁରା ଗୋପପୁର ଯେ ଶ୍ରୀହୀନ

 ମା' ଦେବକୀ ଯଶୋଦାଙ୍କ ରୋଦନ,

ବନରେ ଚରୁ ନାହାଁନ୍ତି ଗୋଧନ

    ବଇଁଶୀ ଖୋଜୁଛି ପାଉଁଜି ସ୍ବନ।


ରାଧାରାଣୀ ଝୁରୁଛି ନିତିଦିନ

    କାହିଁ ଗଲ କାହ୍ନା ହେ ପ୍ରାଣଧନ,

ଭୁଲିଲ କେମିତି ଜୀବ ଜୀବନ

    ବଇଁଶୀ ଖୋଜୁଛି ପାଉଁଜି ସ୍ବନ।


ନିତ୍ୟରାସ ହେଉଛି ଉଲଙ୍ଘନ

  ପ୍ରେମର ସଙ୍ଗୀତେ ନାହିଁ ତ ପ୍ରାଣ,

ଲାଗେ ବେସୁରା ତାଳ ଛନ୍ଦ ହୀନ

   ବଇଁଶୀ ଖୋଜୁଛି ପାଉଁଜି ସ୍ବନ।


ହେ କୃଷ୍ଣଚନ୍ଦ୍ର ମୁରାରି ମୋହନ

  ସଂସାରକୁ ଦେଖେ ଫେଡି ନୟନ,

ବିଦଗ୍ଧ ଫୁଗୁଣର ମଧୁବନ

   ବଇଁଶୀ ଖୋଜୁଛି ପାଉଁଜି ସ୍ବନ।


କରୁଣା କର ନନ୍ଦର ନନ୍ଦନ

     ପୁଣି ଥରେ ହସି ଉଠୁ ଭୁବନ,

ରାଧାକୃଷ୍ଣଙ୍କର ହେଉ ମିଳନ

    ବଇଁଶୀ ଖୋଜୁଛି ପାଉଁଜି ସ୍ବନ।


   କୋହି,ବାରିପଦା,ମୟୂରଭଞ୍ଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract