STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ତୁମେ ଆସ ନାଥ

ତୁମେ ଆସ ନାଥ

1 min
309


ତୁମେ ଆସ ନାଥ   ଗଭୀର ନିଶୀଥେ 

       ସଂଜ ସକାଳ ରେ ନିତି 

ଗ୍ରୀଷ୍ମର ପ୍ରଚଣ୍ଡ    ରୌଦ୍ର ପରକାଶେ 

      ଅବା ବିତେ କାଳ ରାତି।

ଧାରା ଶିରାବଣ   ବରଷା ଧାରାରେ 

      ବିଜୁଳିର ଘନ ଘଟା 

ଭିଜେ ବଣ ଭୂଇଁ   ପାହାଡ ପର୍ବତ 

      ମାଟିର କାଦୁଅ ଛିଟା।

ମାଘର ଶୀତରେ   ଦେହ ଥରି ଉଠେ 

       ଶୂନଶାନ ପ୍ରତି ସ୍ଥାନ 

କିଏ କେଉଁ ଭାବେ  ଜୀବନ ବିତାନ୍ତି 

       ଲଭି ପ୍ରଭୁ ବର ଦାନ।

ବସନ୍ତରେ ବହେ  ମଳୟ ପବନ 

       ତରୁ ଲତା ପଲ୍ଳବିତ

କି ସୁନ୍ଦର ଦିଶେ   ପ୍ରକୃତିର କୋଳ 

       ପ୍ରାଣ ହୁଏ ପୁଲକିତ।

ତାଙ୍କରି ସୃଷ୍ଟିରେ   ମଥା ନଇଁ ଯାଏ 

       କେଡେ ବିଚିତ୍ର ବନ୍ଧାଣୀ 

କାଳିଆ ସାଆନ୍ତ   କରୁଣା ସାଗର 

       ଦେଖ ତ ବାଙ୍କ ଚାହାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action