STORYMIRROR

Sunanda Mohanty

Romance Action Others

4  

Sunanda Mohanty

Romance Action Others

ପ୍ରେମ

ପ୍ରେମ

1 min
232


କେତେବେଳେ ନୀଳ ପକ୍ଷୀ 

ଉଡୁଥାଏ ଡେଇଁ ସବୁ ସାକ୍ଷୀ 

ପକ୍ଷରେ ତାହାର ସ୍ବପ୍ନ ଟିକିଟିକି 

ପାଦରେ ନୀଳ ବେଡି 

ଆଖିରେ ନୀଳ ଫୁଲ କଢି 

ସ୍ୱର୍ଗକୁ ନପାରିଲେ ଚଢି 

ମନ ପକ୍ଷୀ ଯାଏ ଉଡି ଡେଣା ଝାଡ଼ି 

ମଧୁମକ୍ଷୀ କହେ ସେ ସାକ୍ଷୀ 

ପ୍ରେମ ଫୁଲ ବନ ଏକ ନିରିମାଖି 

ଶୋଷ ଓ ତୃଷାରେ ଦିଏ ମୁଦି ଆଖି 

ଆଖିରେ ନୀଳ ସ୍ବପ୍ନ କେତେ ମାଖି 

ପ୍ରେମ ଫୁଲ ଗଭାରେ ନୀଳ ଢେଉ ରଖି 

ସମୁଦ୍ରକୁ କହେ ଫେରିଯା ତୁ ସଖି 

ମନବୃନ୍ଦାବନେ ପ୍ରେମ ଫୁଲ ସୁମୁଖୀ 

ହୁଏ କାହିଁକି ଭାରି ଦୁଃଖୀ 

ନୀଳ ପ୍ରସଙ୍ଗ ଯେଣୁ ନୀଳ ନୀଳ ଆଖି 

ରଙ୍ଗ ମାଖି ଉଡିଯାଏ ପ୍ରେମର ନୀଳ ପକ୍ଷୀ 

ନୀଳ ଆଶା ମାଖି ନୀଳ ଦରିଆକୁ ଦେଖି ସୁଖୀ

ଘଣ୍ଟା କଣ୍ଟା ହୁଏ ଟିକ ଟିକ 

କହେ ପ୍ରେମରେ ନଥାଏ ନୀଳ ଖାଲି ଶୁନ୍ୟ 

ମନପକ୍ଷୀ ମାନରଖି ନୀଳ ନୀଳିମାକୁ ଦେଖି 

ନଯା ଗୋରୀ ଲାଖି ଲୁଚାଇ ଦେ ମନପକ୍ଷୀ

ଡେଣା ଲାଗି ଯିବ ଉଡି ଆକାଶକୁ କରି ସାକ୍ଷୀ 

ବୁଝି ବିଚାରି ପ୍ରେମ କରିବାକୁ ପରଖି 

ନୀଳମଣି କହନ୍ତି ସଖିରେ ଜନ୍ମ ଓ ମୃତ୍ୟୁ ଦେଖି 

ପ୍ରେମ ନୀଳ ନୀଳ ଆଖିତଳ ଚତୁର୍ମୁଖୀ

,,,,,,,,,,,,,,,,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance