STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଦୀନ ବନ୍ଧୁ ନାମ

ଦୀନ ବନ୍ଧୁ ନାମ

1 min
229


ଦୀନ ବନ୍ଧୁ ନାମ    ବହିଛ ଆପଣ 

      ଭକ୍ତ ଡାକେ ଦୀନ ବନ୍ଧୁ 

ସରି ସରି ଆସେ    ମଣିଷ ଜୀବନ 

       ସଂସାର କରମ ସିନ୍ଧୁ।

ସେ ସିନ୍ଧୁରେ ନାବ   ହୁଏ ଅସହାୟ 

       ବୁଡ଼ିବାକୁ କେତେ କ୍ଷଣ 

ନାବିକ ଙ୍କ ହସ୍ତେ   ରହିଅଛି ଡୋର 

        ତାହା ହିଁ ନିଜେ ଆପଣ।

ଟିକିଏ ପ୍ରେମରେ  ଟିକିଏ ଭକ୍ତିରେ 

        ଦୂର ହୁଏ ଥିବା ଭୟ 

ପତିତ ପାବନ   ଧର୍ମକୁ ବାହିଛ 

       ଦେଇ କେତେ ନା ଆଶ୍ରୟ।

ଜାଣେନା ମୁଁ ପ୍ରଭୁ   ସେ ଆଶ୍ରୟ ତଳେ 

         ଅଛି ନା ମୋହର ସ୍ଥାନ 

ସଂସାର ଯାତ୍ରାରେ  କିଛି ଚାହେଁ ନାହିଁ 

         ମାନ ଅବା ସନମାନ।

ଚରଣ ସେବକ   କରି ଦିଅ ନାଥ 

       ଜନମ ହେଉ ସାର୍ଥକ 

ଯୁଗ ଯୁଗାନ୍ତର   କୀର୍ତ୍ତି ତ ରହିବ 

       ସ୍ଵାମୀ ପଦେ ଜଗନ୍ନାଥ।

ସକଳେ ଡାକନ୍ତି   ସ୍ଵାମୀ ସ୍ଵାମୀ ବୋଲି 

       କରୁଣା ସାଗର ହରି 

ସେହି ନାମେ ପରା   ଜଗତ ପାଳୁଛ 

       ଦୁଃଖ ଶୁଣିବ ସବୁରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action