STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଆବେଗର ଅଗ୍ନି

ଆବେଗର ଅଗ୍ନି

1 min
227


ଡିସେମ୍ବରର ଦୁର୍ଦ୍ଧାନ୍ତ ଶୀତ ତ ଆସିନି ଏଯାଏ

କିନ୍ତୁ ଅନ୍ତଃର ଅସୀମ ଆକାଶର ବକ୍ଷରେ

ଆବେଗର ଅଗ୍ନି ଅହରହ ନୃତ୍ୟ କରୁଛି

ପରିସ୍ଥିତିର ପ୍ରଚଣ୍ଡ ଭୟଙ୍କର ଶବ୍ଦରେ,


   ଉଦବେଗର ଉଷ୍ମତା ଶୀତଳ ଝରଣାଟିଏ ପରି

   ସମୟର ସୂକ୍ଷ୍ମନିହାଣେ ଲୁହର ମୂର୍ତ୍ତି ଆସ୍ତେ ହେଉଛି ଗଢ଼ା 

   ଆତ୍ମା ମୁରୁକି ହସୁଛି କ୍ଷଣେ କ୍ଷଣେ ଦେଖି ଏ ଜୀବନ 

   ଶୂନ୍ୟ ପାଲଟିଗଲାଣି କି ମନ, ଅନୁର୍ବର ମସ୍ତିଷ୍କର ମାଟିରେ,


ସ୍ନେହ କାଙ୍ଗାଳ ହୃଦୟଟା ବିଚାରସିକ୍ତ ବିବେକଟେ

ଆଜି ବିସ୍ମୟର ବଜାରରେ ମର୍ମନ୍ତୁଦ ଦୁର୍ଘଟଣାରେ ଆହତ

ସନ୍ଧ୍ୟାଟା ଶାନ୍ତ ହୀନ, ସହରଟା ସତେ ଅଣନିଃଶ୍ବାସୀ

ଆଶାନିରାଶର ସମୁଦ୍ର ପତନଠାରୁ ସେ ବହୁତ ଦୂରରେ,


   ନିଜେ ବି ଅଜ୍ଞାତ କେତେବେଳେ କାନ୍ଦ କେବେ ନୀରବତା 

   ହସ ମୋ' ଓଠରେ ବିରଳ, ସୁଖ ନିରୁଦ୍ଧିଷ୍ଟ ହୋଇଛି 

   ଈଶ୍ୱର ମୋ' ଭାବରେ ଅସନ୍ତୁଷ୍ଟ, ମୁଁ କଣ ଏତେ ପାପୀଷ୍ଟ

   ମୁଁ କି ସତେ ଅଭିମନ୍ୟୁ, ଭାବନାର ସୂର୍ଯ୍ୟ ଚକ୍ରବ୍ୟୁହରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract