STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ବୋଉ ଅଛି ଏହି କାହିଁ

ବୋଉ ଅଛି ଏହି କାହିଁ

1 min
272


ବୋଉର ପାଦ ଚିହ୍ନ 

ସବୁ ଘର ମୁଖ୍ୟ ଦ୍ୱାରେ 

ଏମିତିକି ହୃଦୟ କାନ୍ଥିରେ 

ଏବେ ମନ୍ଦିର ଗଲେ 

ଚୈତନ୍ୟ ଅବା ଅବଧୂତ 

କି ଅବା ନିଜେ ଜଗନ୍ନାଥ 

ପାଦୁକା ଲାଗେ ମୋ ବୋଉରତ!

ଏଠି ଥିଲା ଆଗରୁ ସତ 

ମତେ ଏବେ ଲାଗେ 

ମୁଁ ଯାହାକୁ ଖୋଜୁଛି 

ଲଷ୍ମୀ ପାଦ ଆଙ୍କୁଛି 

ଯୋଉ ପାଦ ଦ୍ବୟ ଲେଖୁଛି 

ସେସବୁ ମନ୍ଦିର ଖୋଦେଇ ଗାତ୍ର 

ପୂଜା ପାଉଛି ଆବାହନ କାଳରୁ ଏଯାବତ 

ସବୁ ବୋଉମାନେ ରଖିଯାଆନ୍ତି ଚି଼ହ୍ନ 

ସେ ପାଦୁକାରେ କସ୍ତୁରୀ ଚନ୍ଦନ 

ଫୁଲ ଭିତରେ ବାସ 

ମୋ ଆଖିରେ କାହିଁ କେଉଁକାଳୁ 

ବୋଧହୁଏ ପିଲାବେଳୁ 

ବୋଉଟା ଅବିକଳ ଢେଉ ବା ଉର୍ମି ପରି 

ଛୁଇଁ ଯାଏ ରହି ରହି ମୁଁ ଥିଲି ବାଳୁତ 

ବୁଝିବା ବେଳକୁ ବୋଉ ଦ୍ରୁମର ଛାଇ ପାଇ 

ଏଇ ଅଛି ଏହି ନାହିଁ 

ମତେ ଛୁଁ ବୋଉ କହୁ କହୁ 

ବୋଉ ଲୁଚିଛି ଏବେ ମୁଁ ଖୋଜୁଛି ବହୁତ 

ଆଉ ଦେଖୁନି ବୋଉକୁ କାହିଁ 

ତାର ସେଇ ପାଦ ଦୁଇ 

କେତେ କଥା ନଥା ଯାତ୍ରା ଦେଖାଇ 

କହୁଛି ଛୁଁ ଧାନମାଳି ମୁଁ ଅଛି ତୋ ପଛେ ପଛେ 

ତୁ ଧରିଥା ମୋ ହାତ 

ପଡିଗଲେ ବୋଉ ବୋଲି ଡାକିଦେଲେ 

କାହା ପାଦ ସତେ ଆସି ଧରିନିଏ ହାତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract