STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଜୀବନ ଯାତ୍ରାରେ

ଜୀବନ ଯାତ୍ରାରେ

1 min
341


ଜୀବନ ଯାତ୍ରାରେ   ଧନ ଲୋଡା ହୁଏ 

       ଲୋଡା ହୁଏ ସୁସ୍ଥ ମନ 

କରମ ପଥରେ   ନିଷ୍ଠା ରହି ଥିଲେ 

      ମଣିଷ ଜନମ ଧନ୍ୟ।

ଧନ ମାନ ଯଶ   ସବୁ କିଛି ନୁହେଁ 

      କ୍ଷଣିକ ଯାଏ ଉଭେଇ 

ଚିର ସ୍ଥାୟୀ ରହେ  ମହତ କରମ 

      ନିଃ ସ୍ୱାର୍ଥ ସେବାରେ ଥାଇ।

ମାୟା ମରୀଚିକା   ପଛରେ ଗୋଡ଼ାଇ 

       ସମୟ ବିତିବା ବ୍ୟର୍ଥ 

  ମଣିଷ ଶରୀର   ପର ହିତେ ଦେଇ 

       ନିଜକୁ କର ସତୀର୍ଥ।

ଆପଣା ସଂସ୍କୃତି   ଅବା ପରମ୍ପରା 

       ଭାଇ ଚାରା ଭାବ ପ୍ରୀତି 

ଆପଣାଇ ନେଲେ  ବସୁଧା ଲଭିବ 

      ଏକ କୁଟୁମ୍ବର ସ୍ଥିତି।

ଏଇ କଥା କହେ  ଆମରି ସଂସ୍କୃତି 

       ଜୈତ୍ର ଉଡେ ନୀଳାଚଳେ 

ମାନଵ ବାଦର   ପ୍ରତିଟି ପାଖୁଡ଼ା 

      ଫୁଟି ଉଠୁ କାଳ ବଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action