Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Action

3  

Bijay Prusty

Action

ଆଉ ଶୋଷଣ କରନି

ଆଉ ଶୋଷଣ କରନି

1 min
183



ତୁମ ଶୋଷଣର ଶିକାର ଆମେ

ଚିରକାଳ ଚିରକାଳ

ଆମରି ମଥାରେ ଗୋଡରଖି ତୁମେ

ଦେଖାଉଛ ତୁମ ବଳ I


ଆଉ କେତେଦିନ ଶୋଷି ଖାଉଥିବ କୁହ

ଭୂଇଁରେ ତୁମକୁ କଚାଡି ଫିଙ୍ଗିବ

ଆମ ଆଖି ଭରା ଲୁହ I


ଆମ ରକ୍ତକୁ ଶୋଷି ଶୋଷି ତୁମେ

ଅୟସ କରୁଛ ଆଜି

ତୁମରି ଯାତନା ସହି ସହି ଆମ

ମେରୁଦଣ୍ଡ ଯାଏ ଭାଙ୍ଗି 

କେତେଦିନ ଆଉ ସହି ଯାଉଥିବୁ କୁହ

ତୁମ ଶୋଷଣର ଲୌହ ଶିକୁଳି

ଛିଣ୍ଡାଇବୁ ଟିକେ ରୁହ I


ଡେରିନାହିଁ ଡେରିନାହିଁ

ପୂର୍ବ ଆକାଶେ ମୁକ୍ତିର ସୂର୍ଯ୍ୟ

ଆସିଲାଣି ଦେଖ ଉଇଁ 

ତୁମ ଶୋଷଣର ଶେଷ ଦେଖିବାକୁ

ଉଠିଲାଣୁ ଆମେ ଚେଇଁ I

        


Rate this content
Log in

Similar oriya poem from Action