STORYMIRROR

Ajit Kumar Raut

Action

3  

Ajit Kumar Raut

Action

MY DAD MY HERO

MY DAD MY HERO

1 min
204


ବେବତା ପୂଜନ କରୁଥାଏ ଜନ

ସଞ୍ଜ ସକାଳେରେ ଯେହୁ,

ଅମୂଲ୍ୟ ନୈବେଦ୍ୟ ଦେଇଣ ପୂଜନ

ନିତ୍ୟେ କରୁ ଥାଏ ସେହୁ।


ଜନ୍ମକର୍ତ୍ତା ଯାର ପିତ୍ରୁ ମାତୄ ଦୁଇ

ତାଙ୍କ ସେବା ନାହିଁ ପ୍ରାଣେ,

ଦେବ ପୂଜା କରି କି ଫଳ ପାଇବ

ମହାପାପୀ ସେହୁ ଜଣେ।


କର୍ତ୍ତବ୍ୟ ପଥରେ ପିତ୍ରୁ ମାତୄ ସେବା

ସର୍ବୋପରି ଅଟେ ପ୍ରାଣେ,

ବିମୁଖ ନ ହୋଇ କର୍ତ୍ତବ୍ୟ ପଥରୁ

ପ୍ରଭୁ ଭକ୍ତି ପରି ମଣେ।


ଦେବ ଭକ୍ତି ତାର ଦେବ ଆରାଧନା

ତେବେ ହିଁ ସଫଳ ହୁଏ,

ସେବୁ ଥାଏ ସେହୁ ପିତ୍ରୁ ମାତୄ ପଦେ

ତୃଟି ନ କରେ ଟି ସିଏ।


ସମର୍ପଣ ଭାବ ପଦରେ ରଖିଣ

ଭକ୍ତିରେ ସେବା କରଇ,

ଦୁର୍ଲ୍ଲଭ ଜୀବନ ସାର୍ଥକ କରିଣ

ପ୍ରଭୁ ପଦେ ମିଶଇ।


ଜୀବନେ କର୍ତ୍ତବ୍ୟ ପିତ୍ରୁ ମାତୄ ଭକ୍ତି

ତାପରେ ଦେବ ପୂଜନ,

କରୁଣାକର ସେ ପ୍ରଭୁ କୃପାସିନ୍ଧୁ

ଦିଅନ୍ତି ମାନ୍ୟ ପୂଜନ।୬।


ଧନ ସମ୍ପତ୍ତିରେ ତା ଗୃହଟି ପୂର୍ଣ୍ଣ

ଲକ୍ଷ୍ମୀପୂର୍ଣ୍ଣା ହୁଏ ଗୃହ,

ଜନ୍ମକର୍ତ୍ତାଙ୍କର ଯେ ଗୃହେ ଆଦର

ଧର୍ମ କ୍ଷେତ୍ର ସେହୁ ଗୃହ।


ଦେବତା ପୂଜନ କରୁଥାଏ ଜନ

ସଞ୍ଜ ସକାଳେରେ ଯେହୁ,

ଅମୂଲ୍ୟ ନୈବେଦ୍ୟ ଦେଇଣ ପୂଜନ

ନିତ୍ୟେ କରୁ ଥାଏ ସେହୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action