STORYMIRROR

Sambit Srikumar

Action Classics Inspirational

3  

Sambit Srikumar

Action Classics Inspirational

ମଉନାବତୀ

ମଉନାବତୀ

1 min
211


ମଉନାବତୀ ଏମିତି ତ ସବୁବେଳେ ଥାଏ ମଉନ

ଅଭିମାନରେ ଅନାସକ୍ତ ଭାବ ଫୁଟି ଉଠୁଥାଏ ସଦା

ତା'ର ପ୍ରତିଟି ଅଙ୍ଗଭଙ୍ଗୀରେ ମୁହଁର ମାଂସପେଶୀରେ

ଜୀବନକୁ ଏକ ବିଶେଷ ଉଦାସୀନ ମନୋଭାବରେ

ବିତାଇଦେବାରେ ସିଏ ଆନନ୍ଦ ଅନୁଭବ କରେ।

ମଉନାବତୀ ମଉନ ରହିଆସିଛି ଜନ୍ମରୁ ତା'ର

ସିଏ କେବେ ବି ମାଗି ନାହିଁ କାହାରିକୁ କିଛି ମୁହଁ ଖୋଲି

କେବେ କେମିତି ଆଯାଚିତ ଭାବେ ପ୍ରାପ୍ତ ହୋଇଥିବା

ଦରବରେ କୋଟିନିଧି ତାର ମନ ପ୍ରାଣ ହୃଦୟ

ହାତ ଦିଓଟି ଉଠିଯାଆନ୍ତି ଆଶୀର୍ବାଦର ମୁଦ୍ରାରେ।

ମଉନାବତୀର ଠାରରେ ଜୀବନ ତ ଇଶ୍ଵରଙ୍କ ଦାନ

କାହିଁକି ମଥାପିଟି ବା ସେ କରିବ ତାହାର ପ୍ରତିବାଦ?

ଏଥିରେ ଅଛି ତା'ର କିବା ଲାଭ କି ସୁଖ ମିଳିବ?

ହସ ଖୁସିରେ କେତେଟା ଦିନ ତ କାଟିବାର ଅଛି

କିଏ ଅବା କଣ ନେଇଗଲା ଯେ ତା'ର ହେବ ମନଦୁଃଖ?

ମଉନାବତୀ ଏବେ ବି ସେଇ ମରହଟ୍ଟିଆ ଯୁଗରେ

ଆପଣାର ଜୀବନ ଜୀଉଁଛି ତାକୁ ଜଣାନାହିଁ ଆଜିବି

ତାର ଅଧିକାର ସମ୍ବିଧାନ ଆଇନକାନୁନର ପାଠ

ଜାଣିକରି ବି ଏମିତି ସେ କଣ କରିପାରିଥାନ୍ତା ଯେ

ନ ଜାଣିଛି ବୋଲି ଅନୁଶୋଚନା ଅନୁତାପ କରିବ।

ଏଇ ମଉନାବତୀ ପରି ଚରିତ୍ରଟିଏ ସୃଷ୍ଟିରେ ବିରଳ

ଆଶା ଆକାଂକ୍ଷା ପ୍ରତ୍ୟାଶା ବିବର୍ଜିତା ମଣିଷଟି

କାହାଠୁଁ କିଛି ବି ଚାହିଁ ନାହିଁ ଏଇ ଜୀବନରେ

କେବଳ କରି ଚାଲିଛି ନିଜର କର୍ତ୍ତବ୍ୟ ସମ୍ପାଦନ ଅବିଶ୍ରାନ୍ତ

ବିନା ପ୍ରତିଦାନର ଆଶାରେ ଶେଷ ଶ୍ବାସ ଥିବା ପର୍ଯ୍ୟନ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action