STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଆସକ୍ତି ରହିତ କର୍ମ

ଆସକ୍ତି ରହିତ କର୍ମ

1 min
168


ଜୀବନ ଜଡ଼ିତ ରୁହେ କର୍ମରେ ସର୍ବଦା


କର୍ମୀ ହୋଇ କର୍ମ କରେ କର୍ତ୍ତବ୍ୟେ ଆପଦା


ଆସକ୍ତି ରହିତ କର୍ମ କରେ ନିରନ୍ତର


ସଫଳତା ମିଳେ ତାକୁ ହୋଇଣ ତତ୍ପର।


ଅଦୃଶ୍ୟ ରୋଗଟି ଦେଲା ଯନ୍ତ୍ରଣା ଅପାର


ଚିନ୍ତାମଗ୍ନ କଲା ସେହୁ ହୋଇଣ ପ୍ରଖର।


ଆସକ୍ତି ରହିତ କର୍ମ ହୋଇଲା ଦେଶରେ


ଚିନ୍ତା ମୁକ୍ତ କଲା ସେହୁ ନିସ୍ବାର୍ଥ ବଳରେ।


ଜ୍ଞାନ କର୍ମ ବଳେ ହେଲା ନୂଆ ଆବିଷ୍କାର


କରୋନାର ଟିକା ହେଲା ସଞ୍ଜିବନୀ ତାର।


ନିଅଁଟ ଥିଲାଟି ଯାହା ପୂର୍ଣ୍ଣ ହେଲା ଏବେ


ଆସକ୍ତି ରହିତ କର୍ମ କରୁ ଅଛି ଏବେ।


ଜନକଲ୍ୟାଣରେ ମନ ଯାହାର ପ୍ରଧାନ


କର୍ତ୍ତବ୍ୟେ ଜଡ଼ିତ ରୁହେ ସଦା ଜନମନ।


ନାହିଁ ଭୟ ନାହିଁ ଚିନ୍ତା ସତ୍ୟ ପଥଗାମୀ


କର୍ତ୍ତବ୍ୟେ ଜଡ଼ିତ ହେଲା ଏ ପବିତ୍ର ଭୂମି।


ଆସକ୍ତି ରହିତ କର୍ମେ କରୋନା ଘୁଞ୍ଚୁଛି


ରୋଦନର ରାବ୍ ଏବେ ଅଦୃଶ୍ୟ ହୋଇଛି।


ଭୟଙ୍କର ଥିଲା ଅତି ଯନ୍ତ୍ରଣା ଅପାର


କର୍ମବଳେ ଇତି ହୁଏ ସେହୁ ନିରନ୍ତର।


ଆସକ୍ତି ରହିତ କର୍ମ ଜୀବନେ ଅମୂଲ୍ୟ


ଏହି ପରି କର୍ମ କଲେ କର୍ମପଥ ମୂଲ୍ୟ।


କର୍ମପଥ ମୂଲ୍ୟ ଏହି କରୋନା ହିଁ ଦେଲା


ଆତ୍ମନିର୍ଭରଟି ପଥେ କରୋନା ଆଣିଲା।


ପରିପୂର୍ଣ୍ଣ ହୁଏ ସବୁ ନିଅଁଟ ହିଁ ନାହିଁ


ଶକ୍ତିଶାଳୀ ହୁଏ ଦେଶ ଭୟ ଏବେ ନାହିଁ।


କର୍ତ୍ତବ୍ୟେ ଜଡ଼ିତ କଲା ପଥେ ଜନଜନ


ଏକତ୍ରିତ ପଥ ହେଲା ଦେଶେ ଆଗମନ।


ନିସ୍ବାର୍ଥର କର୍ମରେ କଲା ଜଡ଼ିତ ସକଳ


ସୁରକ୍ଷାର ମନ୍ତ୍ର ସଦା ପାଳିଲେ ସକଳ।


ସମୟ ଆସିଲା ଏବେ ଫଳ ମିଳୁ ଅଛି


ଅଦୃଶ୍ୟ ତାଣ୍ଡବ ଏବେ ଘୁଞ୍ଚି ଯାଉଅଛି।


ପ୍ରେମ ଭକ୍ତି ଶ୍ରଦ୍ଧା ଏବେ ଦେଶେ ଆଗମନ


ଗୌରବର ଗାଥା ପୁଣି ଲେଖେ ଘନଘନ।


ପ୍ରଭୁ ଭକ୍ତି ନିତ୍ୟେ ଏଠି ହୁଏ ନିରନ୍ତର


ରାମ ନାମ ଶବ୍ଦ ଶୁଭେ ହୋଇ ହିଁ ପ୍ରଖର।


ଜଗନ୍ନାଥ ନାମ ଏଠି ନିତ୍ୟେ ଗୁଞ୍ଜୁ ଅଛି


କୃଷ୍ଣ କୃଷ୍ଣ ନାମ ନିତ୍ୟେ ପ୍ରଖର ହେଉଛି।


ରାମରାଜ୍ୟ ପରି ଶୁଭେ ସୁଶାସନ କାର୍ଯ୍ୟ


ନିଅଁଟ ନ ହୁଏ କାର ଅଟେ ଶ୍ରେଷ୍ଠ କାର୍ଯ୍ୟ।


ଜୀବନ ଜଡ଼ିତ ରୁହେ କର୍ମରେ ସର୍ବଦା


କର୍ମୀ ହୋଇ କର୍ମ କରେ କର୍ତ୍ତବ୍ୟେ ଆପଦା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action