STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ଫେରାର ମୌସୁମୀ

ଫେରାର ମୌସୁମୀ

1 min
144


କିଏ ଏଠି ଫେରାର ହେଲେ 

ଯାଏ ଆସେ କିଛି ନାହିଁ 

ଫେରାରରେ ଫରକ କାହିଁ 

ସେଦିନ ହରିଆ ଚାଲିଗଲା 

କେହି ବି ତା ସହ ଗଲେ ନାହିଁ 

ଶେଷ ସଵାରୀ ଖୋଜା ନାହିଁ 

ସେମିତି କେତେ କେତେ ବଡ଼ଲୋକ 

ବାଗ୍ମୀ ଜ୍ଞାନୀ ଗୁଣୀ କବି ଓ ଲେଖକ 

ଅକାଳେ ଶୁଖିଲା ପତ୍ର ପରି 

ଦାଉ ଦାଉ ଦିଶୁଛି କୋଠା ତାଙ୍କରି 

ଶୁନ୍ୟତା ବସିଛି ଆବୋରି 

କିଏ ଫଗୁଣ କିଏ ଶ୍ରାବଣ ଥିଲା ବି କାହାରି 

ହେଲେ ମୌସୁମୀ ଫେରାର ହେଲେ 

ବାକି ଥିବା ଜୀବନ ଗୁଡା ଛଟପଟ ଭାରି 

ଥୋକେ କହିବେ ପୁଣି ଆସିବ ଫେରି 

ଗୁଡ଼େ ଖୋଜିବେ ସନ୍ତାପିତ ଭାରେ ଭାରି 

ଆଉ କିଏ କହୁଥିବ ନଆସନ୍ତା କି ଜମା 

ସମସ୍ତେ ଏକା ସଙ୍ଗେ ଜାଳନ୍ତେ ଦୀପ ଧୂପ 

ଚନ୍ଦନେ ସୁଗନ୍ଧିତ ଓଁକାର କରି 

ଆ ତ ଥରେ ଫେରି ବୋଲି ଶୁଭୁଥିବ 

ଅନ୍ତର ପ୍ରସାରି ବାହାରି ମୌସୁମୀ ଆଫେରି 

ଗଜଲ ବି ଵନିଯିବ ଲୁହରେ ଲହୁ ଭରି 

ଶୁନ୍ୟ କୋଠା ଅବା ଚାଳ ଭିତରେ 

ଦେଖିବାକୁ ଶୁନ୍ୟତାରେ ହେଇ ସାତସରି

ଖବର କାଗଜ ଶିରୋନାମା ଚାତୁର୍ଯ୍ୟରେ 

ମହାମାରୀ ମୌସୁମୀକୁ ଦେ ନା ଫେରାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract