ଫେରାର ମୌସୁମୀ
ଫେରାର ମୌସୁମୀ
କିଏ ଏଠି ଫେରାର ହେଲେ
ଯାଏ ଆସେ କିଛି ନାହିଁ
ଫେରାରରେ ଫରକ କାହିଁ
ସେଦିନ ହରିଆ ଚାଲିଗଲା
କେହି ବି ତା ସହ ଗଲେ ନାହିଁ
ଶେଷ ସଵାରୀ ଖୋଜା ନାହିଁ
ସେମିତି କେତେ କେତେ ବଡ଼ଲୋକ
ବାଗ୍ମୀ ଜ୍ଞାନୀ ଗୁଣୀ କବି ଓ ଲେଖକ
ଅକାଳେ ଶୁଖିଲା ପତ୍ର ପରି
ଦାଉ ଦାଉ ଦିଶୁଛି କୋଠା ତାଙ୍କରି
ଶୁନ୍ୟତା ବସିଛି ଆବୋରି
କିଏ ଫଗୁଣ କିଏ ଶ୍ରାବଣ ଥିଲା ବି କାହାରି
ହେଲେ ମୌସୁମୀ ଫେରାର ହେଲେ
ବାକି ଥିବା ଜୀବନ ଗୁଡା ଛଟପଟ ଭାରି
ଥୋକେ କହିବେ ପୁଣି ଆସିବ ଫେରି
ଗୁଡ଼େ ଖୋଜିବେ ସନ୍ତାପିତ ଭାରେ ଭାରି
ଆଉ କିଏ କହୁଥିବ ନଆସନ୍ତା କି ଜମା
ସମସ୍ତେ ଏକା ସଙ୍ଗେ ଜାଳନ୍ତେ ଦୀପ ଧୂପ
ଚନ୍ଦନେ ସୁଗନ୍ଧିତ ଓଁକାର କରି
ଆ ତ ଥରେ ଫେରି ବୋଲି ଶୁଭୁଥିବ
ଅନ୍ତର ପ୍ରସାରି ବାହାରି ମୌସୁମୀ ଆଫେରି
ଗଜଲ ବି ଵନିଯିବ ଲୁହରେ ଲହୁ ଭରି
ଶୁନ୍ୟ କୋଠା ଅବା ଚାଳ ଭିତରେ
ଦେଖିବାକୁ ଶୁନ୍ୟତାରେ ହେଇ ସାତସରି
ଖବର କାଗଜ ଶିରୋନାମା ଚାତୁର୍ଯ୍ୟରେ
ମହାମାରୀ ମୌସୁମୀକୁ ଦେ ନା ଫେରାଇ ।
