STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଲୋକତନ୍ତ୍ର ପାଇଁ ସଭା

ଲୋକତନ୍ତ୍ର ପାଇଁ ସଭା

1 min
215


ଘୁଞ୍ଚୁ ଅଛି ଏବେ କରୋନା ପ୍ରକୋପ


ଶୁଭକାର୍ଯ୍ୟ ପାଇଁ ସଭା,


ଲୋକତନ୍ତ୍ର ଦ୍ବାରା ଚାଳିତ ହୋଇବ


ତାହା ପାଇଁ ଏହି ସଭା।



ପରିସୀମା କାର୍ଯ୍ୟ ପରେ ନିର୍ବାଚନ


ଜମ୍ମୁ କାଶ୍ମୀର ରେ ହେବ,


ତାହା ପାଇଁ ସବୁ ନେତା ନିମନ୍ତ୍ରଣ


ନିର୍ବାଚନ ତହିଁ ହେବ।



ଜମ୍ମୁ କାଶ୍ମୀରୁ ତିନି ଶହ ସତୁରୀ


ହଟାଇ ଥିଲେ ପ୍ରଧାନ,


ରାଷ୍ଟ୍ରପତି ପରି ଶାସନ ଯୋଡିଲେ


ରଖିଲେ ଦେଶର ମାନ।



ପୁଣି ହେବ ତହିଁ ଜନତା ଶାସନ


ତାହା ପାଇଁ ନିମନ୍ତ୍ରଣ,


ଖୁସି ମହଲରେ ସ୍ବୀକାର କରିଲେ


ଉପସ୍ଥିତ ନେତାଗଣ।



ଧନ୍ୟବାଦ ଦେଲେ ଉପସ୍ଥିତ ନେତା


କହିଲେ ନିଜର କଥା,


ଆଦରେ ଶୁଣିଲେ ଦେଶର ପ୍ରଧାନ


ଯାହା କହୁ ଥିଲେ କଥା।



ଜନତା ଉନ୍ନତି ପାଇଁ କାର୍ଯ୍ୟ ପୁଣି


ଜମ୍ମୁ କାଶ୍ମୀର ରେ ହେବ,


ତାହା ପାଇଁ ତହିଁ ନିର୍ବାଚନ ପୁଣି


ରାଜ୍ୟର ଉନ୍ନତି ହେବ।



ଦେଶର ମୁକୁଟ ଜମ୍ମୁ ହିଁ କାଶ୍ମୀର


ଦେଶର ମୁକୁଟ ମଣି,


ତାହାରି ବିକାଶ ନିମନ୍ତେ ହିଁ ପୁଣି


ନିର୍ବାଚନ ତହିଁ ପୁଣି।



ଶୁଭ କାର୍ଯ୍ୟ ହେବ କରୋନାର ପରେ


ଜମ୍ମୁ ଓ କାଶ୍ମୀର ନିର୍ବାଚନ,


କର୍ତ୍ତବ୍ୟେ ଜଡ଼ିତ ଦେଶର ପ୍ରଧାନ


ଦିଅନ୍ତି ସବୁ ସମ୍ମାନ।



ପ୍ରଧାନମନ୍ତ୍ରୀଙ୍କ ଏହି ଅଭିୟାନ


ସମସ୍ତେ ସ୍ଵୀକାର କଲେ,


ତାଙ୍କ ଗୁଣଗାନ ଗାଇ ଗାଇ ସେହୁ


ଜମ୍ମୁ କାଶ୍ମୀରକୁ ଗଲେ।



ଘୁଞ୍ଚୁ ଅଛି ଏବେ କରୋନା ପ୍ରକୋପ


ଶୁଭକାର୍ଯ୍ୟ ପାଇଁ ସଭା,


ଲୋକତନ୍ତ୍ର ଦ୍ବାରା ଚାଳିତ ହୋଇବ


ତାହା ପାଇଁ ଏହି ସଭା।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action