STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଭୁଲି ହେବ ନାହିଁ କେଭେଁ

ଭୁଲି ହେବ ନାହିଁ କେଭେଁ

1 min
207


ଅଦୃଶ୍ୟ ରୋଗଟି ଯନ୍ତ୍ରଣା ହିଁ ଦେଲା


ମୃତ୍ୟୁ ମୁଖେ ଦେଲା ଠେଲି,


ସଙ୍ଗ ସାଥୀ ମୃତ୍ୟୁ ଏହାରି କାରଣୁ


ଦୁଃଖରେ ଦେଲାଟି ଜାଳି।୧।


ଦ୍ବିତୀୟ ଲହରୀ ଅତି ଭୟାବହ


ଆତଙ୍କିତ ହେଲେ ଜନ,


ମାଆଁ ମଲା କାର ଭାଇ ମଲା କାର


ମର୍ମାହତ ହେଲେ ଜନ।୩।


ରୋଦନର ରାବ୍ ବିଚଳିତ କଲା


ଭୟଭୀତ ହେଲେ ସବୁ,


ପୀଡ଼ିତ ହେଲେ ହିଁ ମାଳ ମାଳ ଜନ


ଚିନ୍ତାମଗ୍ନ ହେଲେ ସବୁ।୪।


ମୃତ୍ୟୁ ସଞ୍ଜିବନୀ ଅମ୍ଳଜାନ ଦେଶେ


ନିଅଁଟ ପଡ଼ିଲା ତହୁଁ,


ଦେଶର ପ୍ରଧାନ ଅତି ହିଁ ମହାନ


ପୂରଣ କରିଲେ ତହୁଁ।୫।


କରୋନା ର ଟିକା ଦେଶକୁ ହିଁ ଦେଲେ


ମୃତ୍ୟୁ ସଞ୍ଜିବନୀ ହେଲା,


କୋଟି କୋଟି ଜନ ରୋଗ ମୁକ୍ତ ହେଲେ


ଭରସା ଏବେ ଆସିଲା।୬।


ନୀରୋଗି ହୁଅନ୍ତି ଦେଶର ଜନତା


ଜଗନ୍ନାଥ ଦୟା କଲେ,


ଘୁଞ୍ଚୁ ଅଛି ଏବେ ଅଦୃଶ୍ୟ କରୋନ


ଆତ୍ମନିର୍ଭରଟି ହେଲେ।୭।


ଆତ୍ମବିଶ୍ୱାସର ସଞ୍ଚାର ଟି ହେଲା


ତୃତୀୟ ଲହରୀ ପାଇଁ


ଘାତକ ଟି ନୋହୁଁ ତୃତୀୟ ଲହରୀ


ବ୍ୟବସ୍ଥିତ ତାର ପାଇଁ।୮।


ଅଦୃଶ୍ୟ ରୋଗର ନିବାରଣ ପାଇଁ


ତୃଟି ନ ହେବ ହିଁ ଏବେ,


ଈଶ୍ବରୀୟ ଶକ୍ତି ଦେଶର ପ୍ରଧାନେ


ଚିନ୍ତା ମୁକ୍ତ ଦେଶ ଏବେ।୯।


ଅଦୃଶ୍ୟ ରୋଗଟି ଯନ୍ତ୍ରଣା ହିଁ ଦେଲା


ମୃତ୍ୟୁ ମୁଖେ ଦେଲା ଠେଲି,


ସଙ୍ଗ ସାଥି ମୃତ୍ୟୁ ଏହାରି କାରଣୁ


ଦୁଃଖରେ ଦେଲା ଟି ଜାଳି।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action