STORYMIRROR

jyotsna mayee panda

Action

3  

jyotsna mayee panda

Action

ସେଇ ଶୀତ ଯେବେ ଆସେ

ସେଇ ଶୀତ ଯେବେ ଆସେ

1 min
152

ବିଦାୟ ହେମନ୍ତ ଆସିଗଲା ଶୀତ

କୁହୁଡି ଚାଦର ଉଢ଼ୀ

ଶୀତର ପରଶେ ଜାଡ଼ିଲା ପୃଥିବୀ

ହେମାଳ ସମୀର ବହି

ଶୀତୁଆ ସକାଳେ ନିର୍ମଳ ଆକାଶ

ଅପୂର୍ଵ ସୌନ୍ଦର୍ଯ୍ୟ ରାଜି

ରବିଙ୍କ କିରଣ ସ୍ୱର୍ଣ୍ଣ ଆଭରଣ

ଧରା ଦେହେ ଦିଏ ସାଜି ।

ସୋରିଷର କ୍ଷେତ ସ୍ବର୍ଣ୍ଣାଭ ଦିଶଇ

ସେଇ ଶୀତ ଆଗମନେ

ନିହାର ବିନ୍ଦୁର ଟପ ଟପ୍ ଶବ୍ଦ

ସ୍ମୃତି ମଧୁର ସେ ସ୍ବନ ।

କେତେ ଜାତି ଫୁଲେ ମଣ୍ଡଇ ସେ ଧରା

ଅପୂର୍ଵ ମହକ ଛୁଟେ

ଶୀତ ସକାଳରେ ନିହାର ବିନ୍ଦୁତ

ଟପ୍ ଟପ୍ ହୋଇ ଖସେ

ଯେବେ ସେଇ ଶୀତ ଆସେ ।

ଜୁଇ ,ଯାଇ ,ହିନା ,ସେବତୀ ,ଗୋଲାପ

ଶୀତର ପରସେ ହସେ

କୁହୁଡି ଓଢଣୀ ଘୋଡେଇ ସେ ପୁଣି

ଖିଲି ଖିଲି ହୋଇ ହସେ

ସେଇ ଶୀତ ଯେବେ ଆସେ ।

ପ୍ରତ୍ୟୁଷ ପହରୁ ସ୍ନାନ ଆଦି ସାରି

ଗ୍ରାମ୍ୟ ବଧୂ ପୁଣି ଆସେ

ଜାଡୁଆ ଶୀତରେ ପାଦ ପାଉଁଜି ତା

କେଡେ ମନୋହର ଦିଶେ

ସେଇ ଶୀତ ଯେବେ ଆସେ ।

ଦକ୍ଷିଣl ପବନ ଦେହ ସିହରlଇ

ଥିରି ଥିରି ହୋଇ ନାଚେ

ଶୀତୁଆ ସକାଳେ କଅଁଳ ଖରା ଯେ

ଦୁର୍ଲ୍ଲଭ ସମ୍ପଦ ଅଟେ

ସେଇ ଶୀତ ଯେବେ ଆସେ ।

କୃଷକ ବାପୁଡ଼ା ପୁଙ୍ଗୁଳା ଦେହରେ

ଗୀତ ଗାଇ ହଲ ଯୋଚେ

କାଠୁଆ ହାତ ତା କର୍ମ ପ୍ରବଣ ଯେ

ସଂସାରକୁ ସୁଖ ବାଣ୍ଟେ

ସେଇ ଶୀତ ଯେବେ ଆସେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action