STORYMIRROR

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ବେଳା ଭୂମି

ବେଳା ଭୂମି

1 min
144



ସୁବିସ୍ତିର୍ଣ୍ଣ ବେଳା ଭୂମି ଦିଶେ ରୁଚି ପୂର୍ଣ୍ଣ

ବାଲୁକା ରେ ଭରା ଯାର ଅନନ୍ତ ପ୍ରାନ୍ତର।

ଆଦିଗନ୍ତ ବ୍ୟାପି ସିନ୍ଧୁ କରାଳ ଦୃଶ୍ୟକୁ

ଯେଉଁ ଠାରେ ଥାଇ ଦେଖୁ ଅର୍ଣ୍ଣବ ସୁଷମା ।

ତୀବ୍ର ଗରଜନେ ମୁଖରିତ ଚାରୁ  ଥଳୀ

ଅନୁ କ୍ଷଣେ ମାଳମାଳ ସାଗର ଲହରୀ ।

ଆସି ମଥା ପିଟି ପୁଣି ଯାଉଥାଏ ଫେରି ।

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ବିଭାସ

ବିହଙ୍ଗମ ଓ ବାଲୁକା ଦିଶେ ତହିଁ ଖାଲି ।

କେବେ କେବେ ଜଳ ଜୀବ ସମୁଦ୍ର ଶାମୁକା

ଇତ୍ୟାଦିର ପ୍ରଭାବରେ ଶୋଭା ପାଇଥାଏ ।

ସାଗର ଲହରୀ ପ୍ରବାହିତ ହେବା ଦୃଶ୍ୟ

ପ୍ରାଣରେ ଗଭୀର ଅନୁଭବ ରାଶି ବୁଣେ।

ନିଲାଭ ଅନନ୍ତ ସିନ୍ଧୁ ନୀଳ ଜଳ ରାଶି 

ବେଳା ଭୂମି ଉପରେ ସେ ରମ୍ୟ ଦୃଶ୍ୟ ରଚି ।

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ପ୍ରକାଶ

ପାଏ ଜୀବଜଗତର ଅଜବ ରହସ୍ୟ ।


Rate this content
Log in

Similar oriya poem from Romance