STORYMIRROR

Debabrata Mishra

Abstract Action Inspirational

3  

Debabrata Mishra

Abstract Action Inspirational

ସ୍ୱପ୍ନର ମିଥ୍ଯାପଣ....

ସ୍ୱପ୍ନର ମିଥ୍ଯାପଣ....

1 min
25

ଆଖି ଆଗରେ ଅନ୍ଧକାର 

ତଥାପି ଆଲୋକର ସ୍ୱପ୍ନେ ଓଠରେ ହସ

ଜୀବନରେ ଜଟିଳତାର ପର୍ବତ

ତଥାପି ମୁଖେ ସରଳତାର କଥା ଓ ସରସ, 


ମନ ଭିତରେ ହନ୍ତସନ୍ତ ଦୁନିଆ

ତଥାପି ପଡ଼େ ସୁଖ ଦେଖାଇବାକୁ ଅଭ୍ଯାସ

ଅତୀତ ବର୍ତ୍ତମାନ ଦେଖି ଭବିଷ୍ୟତ ଭୟ

ତଥାପି ଦମ୍ଭେ ଚାଲିବାର ଦେଖା ସାହସ,


ସୁଖ ତୋ' କପାଳରେ ଲେଖା

ତୋତେ ସଂଘର୍ଷ ଆହୁରି କରିବାକୁ ହେବ

ତୁ ବଞ୍ଚିବୁ ଜୀବନ ହସିହସି

ଆଉ ଅଳପ ଦିନ ଅପେକ୍ଷା ରହିବ, 


ବାସ୍ତବତାର ମଣିଷ ତୁ ନିଶ୍ଚିତ ହସିବୁ

ଲଢିଛୁ ଏକାକୀ ଗୋପନେ ଲୁହରେ

ତୁ ଆଉ ହାରିବୁନିରେ କେଉଁଠି

ତୋତେ ଟିକେ ଧୈର୍ଯ୍ୟ ରଖିବାକୁ ହେବ, 


ସ୍ୱପ୍ନ ତ' ବାଟରେ ରହୁ ଅଚିନ୍ତା ରହ

ତୁ ମନକୁ ଶକ୍ତ କରି ଈଶ୍ବର ପଥେ ଚାଲୁଥା

ତୁ ମଣିଷ ଅଛୁ ବିବେକୀ ହୋଇ ରହିଥା

ତୋର ଚରିତ୍ର ତୋତେ ନିଶ୍ଚିତ ଜିତାଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract