STORYMIRROR

Debabrata Mishra

Abstract Romance Action

3  

Debabrata Mishra

Abstract Romance Action

ପ୍ରେମ

ପ୍ରେମ

1 min
160

ପ୍ରେମ,

ଏକ ସମ୍ପୂର୍ଣ୍ଣ ବର୍ଣ୍ଣନା କରି ହେଉନଥିବା ଭାବନା

ଯେତେ ବୁଝିଲେ ବି ଅବୁଝା ରହିଯାଉଥିବା ସଂରଚନା

ଏକ ଈଶ୍ବରୀୟ ଶାଶ୍ୱତ ଚେତନାରୁ ଜନ୍ମ ଅବନୀ

ସବୁ ବିପରୀତ କାଳରେ ସାଜିପାରେ ଆତ୍ମାର ସଞ୍ଜିବନୀ, 


ପ୍ରେମ,

ନିଦ ଛଡ଼ାଇ ନିଦ ଠୁ ଅଧିକ ଦେଇପାରୁଥିବା ଶ୍ରେଷ୍ଠ ସୁଖ

ମନ ପୁରିଗଲେ ମନେ ପଡ଼ୁନଥିବା ପେଟର କେତେ ଭୋକ

ଏକ ପ୍ରାକୃତିକ ଆତ୍ମିକ ଶାନ୍ତି ପ୍ରଦାନ କରୁଥିବା ଚେତନା

ଗୋଟିଏ ଜନ୍ମ ନିଅଣ୍ଟ ହେଉଥିବା ଏକ ପବିତ୍ର ଭାବନା, 


ପ୍ରେମ,

ଏକ ଚିରନ୍ତନ ଭାବଧାରା ଯେଉଁଠି ସବୁ ଅହଂକାର ହାରେ

ଯେତେ ରାଗିଲେ ବି ମନ ନ ମାନି ପୁଣି ମନ ନିକଟକୁ ଫେରେ

ଏକ ପୂର୍ଣ୍ଣ ଆହୁତି ହେଉନଥିବା ମନ ଯଜ୍ଞର ପବିତ୍ର ବେଦୀ 

ସାଗରେ ମିଶିନଥିବା ଏକ ଚିରସ୍ରୋତା ହର୍ଷୋଲ୍ଲାସର ନଦୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract