STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ହାତ ଠାରି ଡାକେ

ହାତ ଠାରି ଡାକେ

1 min
145


ହାତ ଠାରି ଡାକେ ଦୂର ପରବତ

      ସବୁଜିମା ବଣ ଭୂଇଁ

ତାରା ଭରା ରାତି ଆକାଶର ଛାତି

      ମନ ମୋର ନିଏ ଛୁଇଁ।

ମୃତ୍ତିକା ଭିତରେ ମଞ୍ଜି ଟିଏ ପୋତି

      ପ୍ରକୃତି କି ଦେଖା ଥରେ

ଛୋଟିଆ ଚାରା ଯେ ବଢି ବଢି ହୁଏ

      ବୃକ୍ଷ ଟିଏ ମାଟି ପରେ।

କିଏ ସେ ଦେଇଛି କୋଇଲିକୁ ଗାନ

       କଜଳପାତିକୁ ରଙ୍ଗ

ରଙ୍ଗ ବେରଙ୍ଗର କୁସୁମ ଫୁଟିଛି

       କରିଛ କି କେବେ ସଂଗ।

ଶିଶୁର ଓଠରେ ମାଆର ପଣତେ

       ଝରିଯାଏ ସଦା ମଧୁ

ଘରକୁ ସୁନ୍ଦର ଧୀର ଧୀର ପାଦେ

       ଆସୁଥିଲେ କୂଳବଧୁ।

ଏସବୁକୁ ଯିଏ ରଙ୍ଗେ ତୂଳୀ ଦେଇ

       ଗଢ଼ିଛନ୍ତି ବିଶ୍ଵ ପିତା

ତାଙ୍କରି ଚରଣେ ପ୍ରଣିପାତ କରି

       ହେବାରେ ଜଗତଜିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action