STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଯେମିତି ଭାବନା

ଯେମିତି ଭାବନା

1 min
130


ଯେମିତି ଭାବନା ଯେମିତି କାମନା

       ସେମିତିକା ପ୍ରାପ୍ତ ହୁଏ

ଶତ୍ରୁ ଭାବେ ତାଙ୍କୁ ଆଶା ରଖୁଥିଲେ

       ଶତ୍ରୁପଣ ଉଭା ଥାଏ।

କାଳିଆଙ୍କୁ ଯଦି ମିତ୍ର ପରି ଚାହଁ

       ମିତ୍ର ପ୍ରାପ୍ତି ହୋଇଥାଏ

ସାଧକ ପରିକା ଚାହୁଁଥିଲେ ତାଙ୍କୁ

       ସିଦ୍ଧ ଭାବେ ପ୍ରାପ୍ତ ହୁଏ।

ସିଦ୍ଧ ଭାବନାରେ ଯା'ର ମନ ବୁଡେ 

       ସାଧକ ଭାବରେ ଠିଆ

ଗୁରୁର ଚିନ୍ତନ ଶିଷ୍ୟ କରିଥାଏ

       ଏହା କାଳିଆ କିମିଆ।

ଯେଉଁ ଭକତର ଅନ୍ୟ ଗତି ନାହିଁ

       ସେ ପାଏ ଶରଣାଗତି 

ସେହି ପ୍ରଭୁ ଆମ କାଳିଆ ସାଆନ୍ତ

        ତାଙ୍କ ପାଦେ ଦେବା ମତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action