STORYMIRROR

Akshayakumar Dash

Action Classics Inspirational

3  

Akshayakumar Dash

Action Classics Inspirational

ସାଧୁ

ସାଧୁ

1 min
154


ସାଧୁ ହେଉଥିଲର ନଦୀ ପାର

ବସିଲେ ଡଙ୍ଗାରେ ଯିଏ ଜାର।

ପାଣିର ସୁଅରେ ଡଙ୍ଗା ଭାସେ

ଅଚାନକ ଝଡ଼ବର୍ଷା ଆସେ।

ହଲଚଲ ହେଲା ପଶି ପାଣି

ବିକଳେ କାନ୍ଦିଲେ ଯାତ୍ରୀ ଜାଣି।

ସାଧୁ ଦେଖି ଦେଇଥିଲେ ହସି

କିଆଁ ବିପଦରେ ହସ ବସି।

କାନ୍ଦିଲେ କଣ ଯିବା ଖସି

ମୄତୁକୁ ସ୍ୱାଗତ ହସି ହସି।

ମାରିବା ତାରିବା ତାଙ୍କ ଖେଳ

ଅଯଥା ଚିନ୍ତାରେ କାଟୁ କାଳ।

ଯିଏ ଯେତେ ଚିନ୍ତା କରୁଥିବ

ସିଏ ସେତେ ଦୁଃଖ ଭୋଗୁଥିବ ।

ସମର୍ପଣ କରି ,ଚିନ୍ତାମଣି 

ଚାଲିଯିବ ହଟି ଦୁଃଖଖଣି।

ଅହଂକାର ସବୁ ଦେଲେ ଧୋଇ

ଈଶ୍ୱରଙ୍କ ଇଛା ଭାଵ ଥୋଇ।

ଚିନ୍ତା ଦୁଃଖ ଅହଂକାର ମାନ

ମାର୍ଜନା କରିବା ସେଇସ୍ଥାନ।

ଉପାସନା କରି ତାଙ୍କୁ ନିତି

ହଟିଵ ବିପଦ ନହିଁ ଭିତ୍ତି।

ସାଧୁଙ୍କ ବଚନ ଶୁଣି ଜନେ

ଭୟ, ଚିନ୍ତା ଦୂରହେଲା ମନେ।

ନାଵ ଆସି ଲାଗିଗଲା କୂଳେ

ସବୁରି ମୁଖରେ ହସ ପୁଳେ।

ବଂଚିଗଲେ ସବୁ ଯାତ୍ରୀ ମାନେ

ସାଧୁଙ୍କ ପ୍ରଶଂସା କାନେ କାନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action