STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ସମ୍ପର୍କ

ସମ୍ପର୍କ

1 min
151


କୋଉ ସମ୍ପର୍କ ସମାନ୍ତର

ପୁଣି ଅତି ଆପଣାର

ସମ୍ପର୍କ ପରିପୂରକ ଯୁଗ୍ମ ଅଯୁଗ୍ମର

ସମ୍ପର୍କ ଅନୁପୂରକ ପରିଣତ ବୟସର

ପିଲାଦିନ ମା ବାପା ଅତ୍ୟନ୍ତ ନିଜର

ବୟସରେ ନାରୀର ପରଘର

ପୁରୁଷର ଭାବାନ୍ତର

ସମ୍ପର୍କ ଡୋର ଛିଡେ ଯୋଡ଼େ ବାରବାର

ଯେପରି ସମୁଦ୍ର ଭଟ୍ଟା ଓ ଜୁଆର

ସମ୍ପର୍କ ଯେବେ ସମାନ୍ତର

ହୁଏତ ପୂର୍ବଜନ୍ମ ସାଥି ସହଚର

ପ୍ରତାରଣା ପ୍ରେମିକ ଓ ପ୍ରତାରିତ ପ୍ରେମ ଏ ଜନ୍ମର

ଉତ୍ତାଳ ତରଙ୍ଗ ପରି ସମୁଦ୍ର ଓ ଢେଉ ସମ୍ପର୍କର

କେବେ ସମାନ୍ତର କେବେ ଅସମାନ୍ତର

ହେଉ ପଛେ ଯାହା ନଥାଉ ମାନ ମନାନ୍ତର

ଅବା ସମ୍ପର୍କରେ ମତାନ୍ତର

ସମ୍ପର୍କ ସାୟାହ୍ନ ଓ ମଧ୍ୟାହ୍ନ ଭିତରେ ଅନ୍ତର

ସମ୍ପର୍କ ଧାରେ ଜଳ ଧାର

ଗଡିଯାଏ ତଳକୁ ତଳକୁ ଧାରା ବହୁବାର

ଉର୍ଦ୍ଧମୁଖି ସମ୍ପର୍କର ସାତ ସୁତା ଡୋର

ତୁ ମୋର ମୁଁ ତୋର ସଭିଏଁ ଗୋଟିଏ ସୁତାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract