STORYMIRROR

Bijoy Jena

Action Inspirational

3  

Bijoy Jena

Action Inspirational

ଜନ୍ମ ମୃତ୍ୟୁ ପରି

ଜନ୍ମ ମୃତ୍ୟୁ ପରି

1 min
174


ଜନ୍ମ ମୃତ୍ୟୁ ପରି ଋତୁ ଚକ୍ର ଘୂରେ

      ଲାଗଇ ଆଶ୍ଚର୍ଯ୍ୟ ମୋତେ

ବସୁଧା ଉପରେ ଆକାଶ ଝୁଲୁଛି

       ବଣ ପରବତ କେତେ।


ଧରମ ବଳରେ ସୁରୁଜ ଉଅଁନ୍ତି 

       ସଂଜରେ ହୁଅନ୍ତି ଅସ୍ତ

ରାତିର ଆକାଶେ ଚନ୍ଦ୍ରର ଜୋଛନା

      ପ୍ରକୃତି ତା ବାଟେ ବ୍ୟସ୍ତ।


ସମୟ କୁ ନେଇ କୁସୁମ ଫୁଟଇ

       ପକ୍ଷୀ ଟିଏ ଫେରେ ନୀଡ଼

ସମୟ କାହାକୁ ଅପେକ୍ଷା କରେନି

       ଯେତେ ଥାଉ ପଛେ ଭିଡ଼।


କାହା ନିର୍ଦ୍ଧେଶ ରେ ଏସବୁ ଘଟୁଛି

      ଥରୁଟିଏ ଭାବି ଦେଖ

ଆତ୍ମ ବଡିମା ଯେ କ୍ଷଣେ ଭାଙ୍ଗିଯିବ 

      ଦଇବ ଶକତି ପାଖ।


ସେଥିପାଇଁ ସିଏ ଡାକେ ହାତ ଠାରି

      ଆସ ହେ ଭକତ ଆସ

ସ୍ୱାର୍ଥ ଅହମିକା ଭୁଲି ଯାଇ ନିତ୍ଯ

      ତା ପ୍ରେମେ ହୋଇବା ବଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action