STORYMIRROR

Debabrata Mishra

Abstract Tragedy Action

3  

Debabrata Mishra

Abstract Tragedy Action

ଜୀବନ ଅବୁଝା ହେଲେ

ଜୀବନ ଅବୁଝା ହେଲେ

1 min
181

ଜୀବନ ଅବୁଝା ହେଲେ

ଦିନକୁ ଅଭିଶାପ କହେ

ରାତିକୁ କହେ ଆଶିଷ ଅଗଣା,

ପିୟୁଷକୁ କରିଦିଏ ପର

ବିଷକୁ କରିପାରେ ଅତି ଆପଣା, 

ନିଜକୁ ସେ ନିଜର ଶତ୍ରୁ କହେ

ଈଶ୍ବରଙ୍କୁ ଦିଏ ସେ ଯନ୍ତ୍ରଣା, 

ବୁଝିପାରେନି ସେ ସମୟର ଚକ୍ର

ଶୁଭେ ତାକୁ କାହିଁ କିଛି ମନ୍ତ୍ରଣା ।


ଜୀବନ ଅବୁଝା ହେଲେ

ନିଜ ମୁହଁ ନିଜକୁ କଳଙ୍କ ଦିଶେ

ଆଖି ଆଗରେ ଭୟଙ୍କର ସ୍ୱପ୍ନ ଆସେ

ମନମାଟି ଯାଏଫାଟି ସମୟର ବୈଶାଖରେ

ଆତ୍ମା ଚିତ୍କାର କରେ ନିଶବ୍ଦ ରାତିରେ

ଶୁଣିବାକୁ ପାଖେ ନଥାନ୍ତି କେହି

ଆଖିରୁ ଲୁହନଦୀ ଯାଉଥାଏ ବହି

ମଶାଣିର ଶବ୍ଦ ବାରବାର କାନ ଶୁଣେ

ମନଟା ବିଚରା ମନେ ମରଣର ବସା ବୁଣେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract