STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ସମୁଦ୍ରର ପ୍ରତି

ସମୁଦ୍ରର ପ୍ରତି

1 min
140


ସମୁଦ୍ରର ପ୍ରତି ଲହଡ଼ି ଭାଙ୍ଗଇ 

     ବାଲୁକା ଶଯ୍ୟାରେ ନିତି

ଉତ୍ତାଳ ଫେନିଳ ମଧ୍ୟରେ ଦେଖେ ମୁଁ

      ତୁମର ସେ ଭୀମ କାନ୍ତି।

ତୁମ କଥା ମାନି ସମୁଦ୍ର ଲଂଘେନି

      ପାଇଥିବା ସୀମା ହଦ

ମଣିଷ କାହିଁକି ବୁଝି ପାରୁ ନାହିଁ

      ମାତିଥାଏ ଗର୍ବ ମଦ।

ଆମେତ ଦେଖିଛୁ କେତେ କେତେ ଯୁଦ୍ଧ

       ଦେଖିଛୁ କେତେ ପତନ

ରାଜ୍ୟ ଜନ କ୍ଷୟ ଶରୀର କଷଣ

        ଚରିତ୍ର ଅଧୋ ପତ୍ତନ।

ସତ୍ୟର ବିଜୟ ଘଟିଛି ସର୍ବତ୍ର

       କାଳିଆର ଇଙ୍ଗିତରେ

ଅସତ୍ୟ ଉପରେ ସତ୍ୟର ବାନା ତ

        ଉଡୁଥାଏ ଫରଫରେ।

ପ୍ରତି ମୁହୂର୍ତ୍ତରେ ଶରୀର ରଥରେ

        କାଳିଆ ରହିଛି ବସି

ମୋ ଜୀବନ ପ୍ରଭୁ ପବିତ୍ର କର ହେ

       ନେତ୍ର ପଥେ ନିତି ଭାସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action