STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ମନ ମନ୍ଥନ

ମନ ମନ୍ଥନ

1 min
123


ଏଇଟା ହେଲା ନାହିଁ ସେଇଟା ହେଲା ନାହିଁ

ମନ ହୁଏ ଅହରହ ଆନ୍ଦୋଳିତ

ହସ ଖୁସି ଆନନ୍ଦଠାରୁ ଦୂରେଇ ଯାଏ ସତତ

ବ୍ୟସ୍ତ ବିବ୍ରତ ହୁଏ ଭାଙ୍ଗିଯାଏ ଧୈର୍ଯ୍ୟର ବନ୍ଧ

ବିବେକର ସହିତ ବିଚାର କରେନା ଆଦୌ

ସ୍ଵାର୍ଥର ଖୋଳପା ଭିତରେ ରହେ ଛପି

ମୁଖରୁ ମୁଖା ନ ଖୋଲି କରିଥାଏ ଆତ୍ମଗୋପନ

ଜିଇଁବା ଠାରୁ ଜଳିବା ଜାଳିବାରେ ଦିଏ ଧ୍ୟାନ

ହିଂସା ଦ୍ୱେଷ ଘୃଣାରେ ମାରେ ମରେ ବାରମ୍ବାର

ନିଜକୁ ନିଜେ ପାରେନା କରି ଆବିଷ୍କାର

ମନ ତାର ମରୁର ତପ୍ତ ବାଲିରେ ଖୋଜେ ଜୀବନ

ମରୀଚିକାର ମାୟାରେ ହୁଏ ଭାବ ବିହ୍ଵଳ

ଭୁଲି ଯାଏ ନିଜ ନିୟନ୍ତ୍ରଣରେ ତାର ଅଛି କ'ଣ

ନିଜ ପାଖରେ ଅଛି ଯାହା ତାକୁ ନ ଖୋଜି

ଅଣାୟତରେ ବା ଅନ୍ୟଠାରେ ଅଛି ଯା'

ତାକୁ ହାତ ମୁଠାରେ ରଖିବାକୁ କରେ ପ୍ରବନ୍ଧ

ଏଇ ତ ମଣିଷ ମନର କ୍ରିୟା ପ୍ରତିକ୍ରିୟା

ଜନ୍ମରୁ ମୃତ୍ୟୁ ଯାଏଁ କରିଚାଲେ ଖାଲି ଅହଂକାର

ସଦା ସର୍ବଦା କରେ ସେ ମନ ମନ୍ଥନ

ସମୂହ ଦେବ ଦାନବ କୁଳ ହୋଇ ଦି' ପକ୍ଷ 

ସୃଷ୍ଟିର ସ୍ଥିତି ଲାଗି କରିଥିଲେ ସମୁଦ୍ର ମନ୍ଥନ

ତଦୃପ ମନ ମଧ୍ୟେ ଥିବା ଦେବ ଦାନବ

ଆଜି କରି ଚାଲିଛନ୍ତି ସାଗର ରୂପି ମନ ମନ୍ଥନ

କେବେ ଦେବ କୁଳ ଆବୋରି ନିଅନ୍ତି ସବୁ

କେବେ ପୁଣି ଦାନବ ଦଳ ପ୍ରୟୋଗ କରନ୍ତି ବଳ

ହୃଦୟରୁ ଅମୃତ ନିର୍ଗତ ହେବା ବହୁ ପୂର୍ବରୁ 

ଉଦ୍ଗିରଣ ହୁଏ ଉତ୍କଟ ହଳାହଳ ବିଷ

ଶରୀର ରୂପୀ ଖୁଆଦଣ୍ଡ ଘୂର୍ଣ୍ଣନେ ଭୋଗେ କ୍ଳେଶ

ଦେବ କୁଳର ହେଲେ ଅଧିନ ଲଭେ ଅମୃତ

ଦାନବ ଦଳରେ ହେଲେ ସେ ଅନ୍ତର୍ଭୁକ୍ତ

ପାଏନା ପିଇବାକୁ ବିନ୍ଦୁଏ ବି ଅମୃତ

ସେ ପିଉଥାଏ ଖାଲି ବିଷ ଜୀବନ ଜ୍ଵାଳାରେ

ହୋଇପାରେ ନାହିଁ ନୀଳକଣ୍ଠ ସେ ବିଷ ପାନେ

ଶିବ ରୂପରୁ ପାଲଟି ଯାଏ ଜୀଅନ୍ତା ଶବ

ମନ ମନ୍ଥନରୁ ଅଧିକ କିଛି ପାଇବା ଆଗରୁ

ଅଜ୍ଞାନତାର ଅନ୍ଧକାରରେ କରେ ପ୍ରଳାପ ବିଳାପ

ସତ୍ୟ ନ୍ୟାୟ ତଉଲି କରେ ଯିଏ ମନ ମନ୍ଥନ

ଲୋଭ ମୋହର ରାକ୍ଷସମାନଙ୍କୁ କରେ ପରାଜିତ

ସେ ମନ ପାଏ ଶାନ୍ତି ତୃପ୍ତିର ଅମୃତ ସନ୍ଧାନ

ସଂଯମତା ଶୃଙ୍ଖଳାରେ କରି ଶ୍ରମ ସାଧନା

ସଂସାରରେ ଆଣିଥାଏ ଜୀବ ଜନ୍ମର ସାର୍ଥକତା।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action