STORYMIRROR

Prahallad Sahoo

Abstract Action Classics

3  

Prahallad Sahoo

Abstract Action Classics

ଯୁଦ୍ଧର ବିଭୀଷିକା

ଯୁଦ୍ଧର ବିଭୀଷିକା

1 min
155


ସମୟର ବୀପରିତ ଅଭିମୁଖୀ ହେବା

ଅର୍ଥାତ ଯୁଦ୍ଧକୁ ସ୍ବୟଂ ଆହ୍ବାନ କରିବା

କାଲି ପର୍ଯ୍ୟନ୍ତ ଯିଏ ମିତ୍ର ଥିଲେ

ଆଜି ଜୀବନର ବଡ ଶତୃ ପାଲଟିଗଲେ

ଯିଏ ଶତୃ ଥିଲେ ପରୋକ୍ଷରେ ମିତ୍ର ବନିଗଲେ

କିଛି ମିଥ୍ଯା କିଛି ପ୍ରତାରଣା କିଛି ଧୋକା

ଆଉ କିଛି ଅହିଂସାର ଶୀକାର ହେଲେ।


ଏସବୁ ସେହି ସମୟର ଖେଳ

ଆଉ ସେହି ସମୟକୁ ଅଟକାଇବାର ପ୍ରୟାସ

କେବଳ ସେହି ସୃଷ୍ଟି କର୍ତ୍ତାଙ୍କର ହିଁ ଖେଳ।


କି ଅବା ପ୍ରୟୋଜନ ଯୁଦ୍ଧରେ ରକ୍ତପାତ

ଯଦି ସ୍ଥିର ଚିତ୍ତେ ହୋଇପାର ସନ୍ତୋଷ୍ଟ?

କି ଅବା ପ୍ରୟୋଯନ ଯୁଦ୍ଧରେ ପରାସ୍ତ

ଯଦି ଯୁଦ୍ଧର ଅବ୍ଯବହିତ ପୂର୍ବ ହୋଇଯାଅ ନିରସ୍ତ୍ର?


ଯୁଦ୍ଧରେ ମିଳେନାହିଁ କେବେ ଶାନ୍ତି

କେବଳ ରକ୍ତପାତ ସଂହାର ଲହୁଲୁହାଣ

ଲଢିବାର ଅଛି ଯଦି ଲଢି ଶିଖ ଦୁର୍ଗୁଣ ସଙ୍ଗେ

ଦେଖିବ ଜୀବନ କେତେ ସରଳ ମଧୁମୟ


ଅନୁଭବ କରିବ ପ୍ରକୃତ ଯୁଦ୍ଧର ପରିଣାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract