STORYMIRROR

Pranati Mahapatra

Action Inspirational

3  

Pranati Mahapatra

Action Inspirational

ସୁନୀଳ ଅମ୍ବର

ସୁନୀଳ ଅମ୍ବର

1 min
149


ମନୋଜ୍ଞମୟ ସୁନୀଳ ଅନ୍ତରୀକ୍ଷେ

ଖଣ୍ଡ ଖଣ୍ଡ ଜଳଧର,

ଅପୂର୍ବ ରୂପ ଲାବଣ୍ୟେ ବସୁନ୍ଧରା

ସବୁଜ ପଣତ ମନୋହର

ଜଗଜ୍ଜନ ମନ ମୋହେ

ପହିଲି ଆଷାଢ଼ ମୌସୁମୀ ପରଶେ 

ରୂପ ପସରା ପ୍ରକୃତିର।


ମାର୍ତ୍ତଣ୍ଡ ଆଭାରେ ଅବନୀ ଶୋଭନ

ମହୀରୁହେ ମଞ୍ଜରୀ ସୁମନ

ବିହାୟସ ସାଥେ ବସୁଧା ମୁଦିରେ

ମିଳନ ସୌନ୍ଦର୍ଯ୍ୟ ଜାଣ

କୃଷକ ଯେ ଆହ୍ଲାଦିତ

ଫଳପ୍ରସୂ ଧରା ସୁରମ୍ୟ ତ ପରା

ମେଘମାଳେ ନୃତ୍ୟମାନ।


ମଧୁର ମନ୍ଦ ମଳୟେ ନୃତ୍ୟ କରେ

ତରୁଲତା ଧରାରେ

ପାହାଡ଼ ଶିଖରୁ ଭାନୁ ତେଜ ଘେନି

ଲାବଣ୍ୟମୟୀ ରୂପରେ

ଆମ ଏହି ପୃଥିବୀରେ

ବିହି ଗଢିଛନ୍ତି କେତେ ରୂପରଙ୍ଗେ

ମନ ପ୍ରାଣ ମୋହି ଯାଏରେ ।


Rate this content
Log in

Similar oriya poem from Action