STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ବିଡ଼ମ୍ବନା

ବିଡ଼ମ୍ବନା

1 min
153

ମଣିଷ ବିପଦ ବେଳେ

 ଈଶ୍ୱରଙ୍କ ସାହାଯ୍ୟ ଲୋଡ଼େ

ଅତୀତର ଭୂଲପାଇଁତ

 ବର୍ତ୍ତମାନ ଯନ୍ତ୍ରଣା

ବ୍ୟକ୍ତିଗତ ଜୀବନ ପରି

ବିଶ୍ୱ ସାରା ଆତଙ୍କିତ

ଭୁତାଣୁର ଧମକ 

ବାହାରେ ନବୁଲି ,ଘରେ ରୁହ 

ଏକୁଟିଆ ବସି ସମୀକ୍ଷା କର

ଅହଂକାର ଗର୍ବର କୋଠରୀରେ 

ତାଲା ପକେଇ

ଭୂମି ରୁ ଭୂମା ପଯ୍ୟନ୍ତ

ନିରୀକ୍ଷଣ କର

ପଞ୍ଚଭୂତ ଶରୀର ପାଇଁ

ଯେମିତି ଯତ୍ନ ନେଇଆସିଛ

ଜଙ୍ଗଲକୁ ହାଣିଛ ତ ଜଳରେ ବିଷ ଢାଳିଛ

ମାଟି ମାକୁ ଉଲଗ୍ନ। କରିଛ

ଯନ୍ତ୍ର କୁ ଧରି ପାହାଡ଼ ତାଡି

ନିଜ ସାମ୍ରାଜ୍ୟ ବିସ୍ତାର କରିଛ

ଉପାସନା ନାମରେ ଉପଭୋଗ

ସେବା ନାମରେ ନେବା

ବିସ୍ତାର କରିଚାଲିଛ ସାମ୍ରାଗ୍ନି

ପ୍ରବଳ ଦେଇଛ ମାନବିକତା

ଆଜି ସବୁକିଛି ବିଡମ୍ବନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action