STORYMIRROR

Pranati Mahapatra

Action Inspirational Children

3  

Pranati Mahapatra

Action Inspirational Children

କେଲିଆ ଶୈବତୀର୍ଥ

କେଲିଆ ଶୈବତୀର୍ଥ

1 min
169


କେତେ କେତେ ଶୈବପୀଠ ରହିଅଛି

ଆମ ଏ ନବରଙ୍ଗପୁରରେ ,

ପାପଡାହାଣ୍ଡି,ପୋଡାଗଡ ପୁଣି

କେଲିଆ ଶୈବପୀଠରେ,

ଭକ୍ତ ସମାଗମ ହୁଏ

କେଲିଆ ସ୍ଥିତ ଲୋକପ୍ରିୟ ପୀଠ

ବୈଭିକ ମଣ୍ଡିତ ରମ୍ୟବିହାରେ।


ନବରଙ୍ଗପୁର ସହର ଠାରୁ ବୟାଳିଶି

କିଲୋମିଟର ଦୂର,

ଯାନିଯାତରା ଓ ମେଳା ମଉଛବେ

ଜନସମାଗମ ଜୋର୍ ,

ଅଗ୍ନିଶିଖା ମଣ୍ଡେଇର

ମଶାଲର ଶୁଭାରମ୍ଭ, ଲୋକନାଟ

ଠୁଳ ଆନନ୍ଦ ଉଛ୍ଵାସର।


ଭକ୍ତ ଭକ୍ତିଭାବ ବିହ୍ଵଳିତ ହୋଇ

କରେ ନମନ ଆବାହନ,

ପୂଜନେ ଜଗଦୀଶ୍ଵର ଭୋଳାନାଥ

ମହେଶ୍ବରଙ୍କୁ ସ୍ମରଣ,

ଭକ୍ତ ହଜେ କିଛି କ୍ଷଣ

ମହାପ୍ରଭୁ କେଲିଆ ଶୈବପୀଠରେ

ହଜେ ଜଞ୍ଜାଳରୁ ଜାଣ।


ପର୍ଯ୍ୟଟକ ,ଯାତ୍ରୀ ସୁବିଧା ନିମନ୍ତେ

ସହଯୋଗ ପ୍ରଶାସନ,

ଜିଲ୍ଲାର ସୌନ୍ଦର୍ଯ୍ୟ ସ୍ଵାଛନ୍ଦ୍ୟ ବୃଦ୍ଧିରେ

ସୁବ୍ୟବସ୍ଥା ଅଛି ପୁଣ,

ଆଧ୍ୟାତ୍ମିକତାର ନଜିର

ଧର୍ମ ଅନୁରାଗ ଓ କଳାସଂସ୍କୃତିର

ଜାଗର ତା' ନିଦର୍ଶନ।


ଡାବୁଗାଁ କେଲିଆ ବାବା ଝାଡେଶ୍ଵର

ମହାପ୍ରସାଦ ସେବନ,

ପାଦୁକା ଲେପନ କଲେ କୁଷ୍ଠରୋଗ

ନାଶ ହୋଇଥାଏ ଜାଣ,

ପ୍ରଥମେ ଚାଳ ଘରେ ପୂଜନ

ପରେ କମିଟିର କର୍ମକର୍ତ୍ତା ମିଶି

ମନ୍ଦିର କଲେ ନିର୍ମାଣ।


ତିନି କି.ମି ଦୂର ଜଙ୍ଗଲ ରାସ୍ତାରେ 

ପାର୍ବତୀ ଦେବୀ ରହନ୍ତି,

ଧବଳ ଲିଙ୍ଗରେ ଶକ୍ତିସ୍ଵରୁପିଣୀ

ନିତ୍ୟ ବିଜେ କରିଥାନ୍ତି,

ଗଙ୍ଗାକୁଣ୍ଡ ଆକର୍ଷନ୍ତି

କ୍ଷୁଦ୍ର କୁଣ୍ଡ ମଧ୍ୟୁ କମେ ନାହିଁ ଜଳ

ସର୍ବେ ଏକଥା ବୋଲନ୍ତି।


ଝାଡେଶ୍ଵର ପଦେ କୋଟିଏ ଜୁହାର

ଶାନ୍ତ ହୁଅ ବାବା ଭୋଳା,

ଜଗତରୁ ମହାମାରୀ ହଟାଇଣ

ରଖ ସଭିଙ୍କର ଭେଳା,

ଅଶାନ୍ତ ଆଜି ଏ ଧରା

ସବୁଠାରେ ଶାନ୍ତି ବିରାଜିତ ହେଉ

ଆମ ପ୍ରାର୍ଥନା ଏ ପରା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action