STORYMIRROR

Pranati Mahapatra

Action Inspirational

3  

Pranati Mahapatra

Action Inspirational

ଓଁ ମାଆ ସାବିତ୍ରୀ ଦେବୀ ନମୋନମଃ

ଓଁ ମାଆ ସାବିତ୍ରୀ ଦେବୀ ନମୋନମଃ

1 min
224


ବାରମାସେ ତେର ପୁନେଇଁ ପରବ

ଆମରି ଓଡ଼ିଆ ଘରେ,

କୋଟି ଓଡିଆଙ୍କ ମଉଡ଼ମଣିଙ୍କୁ

କିଏ କୁହ ଭୁଲି ପାରେ।


ସଂସ୍କୃତ ଭାରତେ ବ୍ୟାସଙ୍କ ରଚିତେ

ଲେଖା ମହତ୍ କାହାଣୀ,

ଧର୍ମରାଜ ପୁଛାକଲେ ମାର୍କଣ୍ଡଙ୍କୁ

ମର୍ତ୍ତ୍ୟେ କୃଷ୍ଣା ସମ କେ ନାରୀ।


ମଦ୍ରନୃପ କନ୍ୟା ସାବିତ୍ରୀ ସୁନ୍ଦରୀ

ବରପାତ୍ର ସନ୍ଧାନରେ,

ରାଜର୍ଷି ଦ୍ୟୁମତସେନ ତପୋବନେ

ନିର୍ବାଚିତ କରି ଫେରେ।


ପିତାଙ୍କ ସମୀପେ ଶାଲ୍ଵଦେଶ ନୃପ

ପୁତ୍ର ସତ୍ୟବାନ କଥା,

ଦିଅନ୍ତୁ ବିବାହ ହୁଅନ୍ତୁ ମୋ ସ୍ଵାମୀ

ବଚନ ଅକାଟ୍ୟ ପିତା।


ସ୍ଵଳ୍ପାୟୁ,ଦୁର୍ଭାଗ୍ୟ ଜନକ ଦୁଃଖଦାୟୀ 

ବୋଲି ଦେବର୍ଷି ବୋଲେ,

ସତୀ ହୃଦୟରୁ ପତି ବରିଅଛି 

ଆନ ଚିନ୍ତା ନାହିଁ ଭଲେ।


ବିବାହର ମାତ୍ର ଏକବର୍ଷ ଅନ୍ତେ

ସତ୍ୟବାନ ମୃତ୍ୟୁ ଯିବେ,

ମୃତ୍ୟୁର ଚାରିଦିନ ଆଗୁ ସାବିତ୍ରୀ

ତ୍ରିଦିନ ବ୍ରତ କରିଲେ।


ଅନ୍ତିମ ଦିବସେ କାଷ୍ଠ ନିମିତ୍ତ ସ୍ଵାମୀ

ସଙ୍ଗେ ସାବିତ୍ରୀ ଗଲେ,

କିଛି କାଷ୍ଠ ହାଣୁଥିବା ସମୟରେ

ଅତ୍ୟନ୍ତ ଦୁର୍ବଳ ହେଲେ।


ତହିଁ ଉତ୍ତାରୁ ସତ୍ୟବାନ ସାବିତ୍ରୀ

କୋଳରେ ବିଶ୍ରାମ ନେଲେ,

ସ୍ନେହ ଶ୍ରଦ୍ଧା ବୋଳା ପରଶେ ସାବିତ୍ରୀ

ସ୍ଵାମୀଙ୍କୁ ଆଉଁସି ଦେଲେ।


ଏ ସମୟେ ଯମରାଜା ସତ୍ୟବାନ

ପିଣ୍ଡୁ ପରାଣକୁ ନେଇ,

ଚର୍ମରଜ୍ଜୁରେ ବାନ୍ଧି ଦକ୍ଷିଣ ଦିଗେ

ଯମଲୋକକୁ ଗମଇ।


ସ୍ଵାମୀଙ୍କ ଜୀବନ ଭିକ୍ଷା କରୁଥାନ୍ତି

ଯମ ପଛେ ପଛେ ଧାଇଁ,

ଅକ୍ଷମତା ପ୍ରକାଶ କରିଣ ଯମ

କହିଲେ ଆନ ଦେବଇଁ।


ପିତା,ପୁତ୍ର, ଶାଶୁଶଶୁର ନିମିତ୍ତ

ତିନି ବର ମାଗି ଦେଇ,

ବୁଦ୍ଧି ବଳେ ଯମରାଜା ସମୀପରୁ

ସ୍ଵାମୀଙ୍କ ଆଣିଲେ ଫେରାଇ।


ଭକ୍ତି ସତୀ ବଳେ ସତୀସାବିତ୍ରୀ ଯେ

ଦୁଇକୂଳ ହିତକରି,

ଅମର ଗାଥାକୁ ଗାଉଛନ୍ତି ଏବେ

କଳିଯୁଗ ନରନାରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action