STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଚିନ୍ତିତ ନାହାନ୍ତି ଗ୍ରାମୀଣ ଭାରତ

ଚିନ୍ତିତ ନାହାନ୍ତି ଗ୍ରାମୀଣ ଭାରତ

1 min
212


ଅଦୃଶ୍ୟ ରୋଗଟି ଯନ୍ତ୍ରଣା ହିଁ ଦେଲା


ଡ଼ର ନାହିଁ ଏବେ କାର,


ଚିନ୍ତା ଶୂନ୍ୟ ଏବେ ଗ୍ରାମୀଣ ଭାରତ


କର୍ମପଥେ ଅଗ୍ରସର।୧।


ସବୁ ସୁବିଧାରେ ପରିପୂର୍ଣ୍ଣ ଆଜି


ଗ୍ରାମୀଣ ଭାରତ ଜନ,


ଦୀର୍ଘ ବର୍ଷ ପରେ ସ୍ବାଧୀନତା ଏଠି


ଅପୂର୍ବ ଗୌରବ ଦିନ।୨।


କରୋନାର ଟିକା ଲାଗୁ ଅଛି ଗ୍ରାମେ


ଗ୍ରାମୀଣ ଅତି ଆନନ୍ଦ,


ଅଦୃଶ୍ୟ ରୋଗର ଭୟ ନାହିଁ କାରେ


ଏହାତ ସେବା ଆନନ୍ଦ।୩।


ତୃତୀୟ ଲହରୀ ଆଗମନ ପୁଣି


ଡାକ୍ତରଙ୍କ ଅନୁମାନ,


ସବୁ ବ୍ୟବସ୍ଥାରେ ପରି ପୂର୍ଣ୍ଣ ଦେଶ 


ଆସିଛି ସୁରକ୍ଷା ଦିନ।୪।


ସବୁ ବ୍ୟବସ୍ଥାରେ ପରିପୂର୍ଣ୍ଣ ଗ୍ରାମ


ଖାଇବାର କଷ୍ଟ ନାହିଁ,


ସବୁ ସୁବିଧାର ବ୍ୟବସ୍ଥା ହୋଇଛି


ତିଳେ ମାତ୍ର ଚିନ୍ତା ନାହିଁ।୫।


ପାଣିର ସୁବିଧା ବିଜୁଳି ସୁବିଧା


ଘରେ ଘରେ ଗ୍ରାମ ଜନେ,


ସତେ କି ସ୍ବାଧୀନ ମିଳିଛି ଗାଆଁକୁ


ଗୌରବ ଗ୍ରାମୀଣ ଜନେ।୬।


ଭ୍ରଷ୍ଟାଚାର ମୁକ୍ତ କରିଛି ଦେଶକୁ


ଡିଜିଟେଲ ଏବେ ଦେଶ,


ଭୟ ନାହିଁ ଏବେ କୋୖଣସି ବିପଦ


ଆତ୍ମନିର୍ଭରଟି ଦେଶ।୭।


ଅଦୃଶ୍ୟ ରୋଗଟି ଯନ୍ତ୍ରଣା ହି ଦେଲା


ଡ଼ର ନାହିଁ ଏବେ କାର,


ଚିନ୍ତା ଶୁନ୍ୟ ଏବେ ଗ୍ରାମୀଣ ଭାରତ


କର୍ମପଥେ ଅଗ୍ରସର।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action