STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ନିଦ

ନିଦ

1 min
234


ଏଇ ଟିକେ ନିଶ୍ବାସ ମାରିବି ବୋଲି ଦୁଆର ଦେଲି ,

ଥକିଯାଇଥିଲି

ଦେ ,ଦେ ର କାନ ଫଟା ଅଦଉତି ଘେରରେ ।।

ହଁ ମାନିଲି ଯେ ମୁଁ ଈଶ୍ବର

ହେଲେ ମୋର ବି ତ ଖଣ୍ଡେ ମନ ଅଛି !

କିଏ ବୁଝିଲ କି ?

ମୁଁ ବି ଗପ ଶୁଣିବାକୁ, ଗେଲ୍ହା ହବାକୁ,

ସାଙ୍ଗରେ ଚାଲିବାକୁ ଭଲପାଏ !

କିଏ ଜଣେ ?

ହାତ ଟେକିବଟି ଯିଏ

ଥରୁଟେ ବି ମୋ ଠି ରୁଷିନି ?

ନିରୁତା ନିସର୍ତ୍ତ ଭଲ ପାଇଛି ?

ମୋର ବି ପାଦ ଥକେ,

ମୁଣ୍ଡ ବିନ୍ଧେ,

ମନ ଡାକେ ଆଉଁସି ଦିଅନ୍ତା

କଅଁଳ ପରଶଟେ ।

ତେବେ ମତେ କଣ ରୁଷିବା ମନା ?

ମନ ତିଆରିଥିବା ସ୍ରଷ୍ଟାର

ମନଟେ ନଥାନ୍ତା କି !

ଆଜି ଚର୍ଚ୍ଚ ଠୁ ଗୁରୁଦ୍ବାର

ମସଜିଦ ଠୁ ମନ୍ଦିର,

ସବୁରି ଦୁଆରେ ତାଲା ପକେଇ

ଭିତରେ ନିରନ୍ତର

ଅନନ୍ତ ଶୟନରେ ମୁଁ ।

ଜଗେଇଦେଇଛି ଦୁଆର

ଯୋଗ ମୟାକୁ,

ଛାଡିବନି ଭିତରକୁ

ଜେଲର୍ ପରି ଅଡି ବସି  ।।

ଭିତରେ ମୁଁ ଟିକେ

ଶୋଇଛି

ଖୋଜୁଛ ଯଦି ଭିତରକୁ ଚାହାଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action