STORYMIRROR

Kabiratna Nutan Kumar Behera

Abstract Action Classics

3  

Kabiratna Nutan Kumar Behera

Abstract Action Classics

ରାକ୍ଷୀ

ରାକ୍ଷୀ

1 min
190

        


ନିର୍ଜୀବ ସୂତା ଖିଅଟିକୁ

ସୁନ୍ଦର ଭାବେ ସଜାଇ ଦେଲେ

କରି ନା ନା ପରିପାଟିର ଆକୃତି

ତାର ବିନ୍ୟାସରେ ରଙ୍ଗ ସବୁ l


ଆଖି ଆଗେ ଉଠେ ଚହଟି

କହୁଥାଏ ନୀରବରେ ମନର ଭାଷା

ସେ ବାନ୍ଧିପାରେ ସଂପର୍କକୁ

ପବିତ୍ରତାର ମହକ ଦେଇ l


ଭଲ ପାଇବାର ଦୃଢତାକୁ ନେଇ

ଭାଇ ଭଉଣୀ ହୃଦୟରେ

ସତେଜ ହୋଇ ଉଠେ 

ଅତୀତର ଯେତେ ବିଗତ ସ୍ମୃତି l


ମାଆ କୋଳରୁ ଅଗଣା ଦାଣ୍ଡଦୁଆର

ବାଲିର ସେ ମିଛି ମିଛି

ଭାତ ତୁଣ ରାନ୍ଧିବାର ଅର୍ଥହୀନ ଖେଳ

ଭୁଲ୍ ବୁଝାମଣାର ଲମ୍ଵା କାନ୍ଦଣା ସ୍ବର

ଅଝଟପଣର ରାଗ ରୋଷ l


ତା ଭିତରେ ଏକ ଅତୁଟ ବନ୍ଧନ

ପରସ୍ପର ସାଥେ ଜୀବନ ଦିଆନିଆ

ଗୋଟିଏ ପଣତ ତଳର

ସେ ସ୍ନେହ ମମତାର ଅଭୁଲା ବାତ୍ସଲ୍ୟ

ମାଆ ବାପାର ସ୍ବପ୍ନଭରା ଆଖି l


ଆଶା ଆକାଂକ୍ଷାର ସେଇ ଭବିଷ୍ୟତ

ଆଜି ସମୟ ଦୂରେଇ ଦେଇଛି

ଉଭୟ ଭାଇ ଭଉଣୀଙ୍କୁ

ଅଲଗା ଅଲଗା ସଂସାର ବାନ୍ଧିବାକୁ

ସେ ସବୁକୁ ସାଉଁଟି ନେଇ ସାଥୀରେ l


ରାକ୍ଷୀ ଆସେ ହୃଦୟର ଡାକରାରେ

ଏକ ଅପୂର୍ବ ମିଳନକୁ ସ୍ବାଗତ କରି 

ଭାଇର ଦାୟିତ୍ବ କର୍ତ୍ତବ୍ୟ ସବୁ

ମନେ ପକାଇ ଦିଏ ଚେତନାରେ

ଭଉଣୀର ଶୁଭକାମନା ଭାଇ ପ୍ରତି

ଆତ୍ମୀୟତାର ନିଛକ ଅନ୍ତସ୍ବର l


ସବୁ କିଛିର ପ୍ରତୀକ ରୂପେ 

ପ୍ରତିନିଧି ସାଜି ଆସେ ଘରକୁ ହସାଇ

ଆନନ୍ଦର ମାହୋଲ ହୁଏ ଉଲ୍ଲସିତ

ନିଆରା ମୁହୂର୍ତ୍ତଗୁଡିକୁ ସଂଯୋଗ କରି

ଭରି ଦିଏ ଶାନ୍ତି ତୃପ୍ତି ସନ୍ତୋଷ l


କହୁଥାଏ ନିଶବ୍ଦରେ ଅନ୍ତର ଖୋଲି

ଥିଲେ ବି ଯିଏ ଯେତେ ଦୂରେ

ଭାଇ ଭଉଣୀର ସଂପର୍କ ଅତି ନିକଟତର

ତାର ସ୍ଥାନ କେବଳ ଗୋଟିଏ ମାତ୍ର

କୋମଳ ହୃଦୟର କେନ୍ଦ୍ରସ୍ଥଳ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract