Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ଭାଇର ହାତରେ ଭଉଣୀ ରାକ୍ଷୀ

ଭାଇର ହାତରେ ଭଉଣୀ ରାକ୍ଷୀ

1 min
163



ଭାଇ ର ହାତ ରେ ଭଉଣୀ ରାକ୍ଷୀ

ସ୍ନେହ ମମତାର ଅଲିଭା ସାକ୍ଷୀ ।


ଭାଇ ର ହାତ ରେ ଭଉଣୀ ରାକ୍ଷୀ

ରାକ୍ଷୀ ପୂର୍ଣିମା ରେ ଶୋଭେ ଆହା କି ।

ସେନେହ ମମତା ଡୋରି ରେ ଗୁନ୍ଥା

ଗହ୍ମା ପୂର୍ଣ୍ଣମୀ ଏ ଦିବ୍ୟ ବାରତା ।

ଦିଏ ଜନ ମନେ ପ୍ଲାବିତ କରେ

ସ୍ନେହ ଶ୍ରଦ୍ଧା ପ୍ରେମେ ।


ଦିଏ ପ୍ରତି ଜନ ମନ ରେ ସଦା

ପ୍ରୀତି ଅନୁରାଗ ଆଦର ଶ୍ରଦ୍ଧା ।

ପ୍ଲାବନ ଖେଳାଇ ଜନ ଜୀବନ

ସସ୍କୃତି କୁ କରେ ଯେ ସଂରକ୍ଷଣ ।

ଆସେ ପ୍ରତି ବର୍ଷ 

ଭାଇ ଭଉଣୀ ଙ୍କ ମନ ସନ୍ତୋଷ ।୨


ପିଠା ପଣା , ମିଠା , ମଉଜ ଭରେ

ହୁଅଇ ଏ ଦିନ ଯେ ଘରେ ଘରେ ।

ଭଉଣୀ ମାନେ ସେ କେତେ ଆଦରେ

ରେଶମୀ ଡୋର ଟେ ଭାଇ ହାତ ରେ ।

ବାନ୍ଧି ଦେଇ ଥାନ୍ତି 

ରକ୍ଷା ବନ୍ଧନ ଉତ୍ସବ ପାଳନ୍ତି ।


ଆହା କି ଆନନ୍ଦ ମୟ ସୁଦିନ

ସ୍ନେହ ମମତାର ଭରା ପ୍ଲାବନ ।

ତୋଳି ଥାଏ ଏହି ଏ ଟିକି ରାଖି

ଚିର ଦିନ ରହେ ଆଦର ସାକ୍ଷୀ ।

ଭଉଣୀ ବାନ୍ଧନ୍ତି

ଭାଇ ଠାରୁ ସ୍ନେହ ଶ୍ରଦ୍ଧା ଚାହିଁ କି । 


ସତେ କି ବା ସ୍ନେହ ମମତା ଧାର

ଡୋରି ରେ ଗୁନ୍ଥା ସେ ପଠାଏ ତା ର ।

ଭାଇ ଟି ରହିବ ବୋଲି ଭଲ ରେ

ସ୍ନେହ ଶ୍ରଦ୍ଧା ଥିବ ଥିଲେ ବି ଦୂରେ ।

ସପନ ବିଭୋର

ମନେ ଝରାଇବ ଆଶ୍ଵାସନା ର ।


ଭଉଣୀ ରାକ୍ଷୀ ରେ ଆନନ୍ଦ ମନେ

ଭାଇ ହାତେ ବାନ୍ଧି ଦିଏ ଏ ଦିନେ ।

ଭାଇ ଙ୍କର ଶୁଭ କାମନା ପାଇଁ

ପାଳନ୍ତି ପରବ ଗହ୍ମl ପୁନେଇଁ ।

ଭାଇ କୁ କହଇ

ଭଉଣୀ କୁ କେବେ ଭୁଲିବ ନାହିଁ ।


ଅତୁଟ ରହିବ ସ୍ନେହ ବନ୍ଧନ

ଏଇ ରାଖୀ ମୋର ରଖିବ ମାନ ।

ଦୁଃଖ ସୁଖେ ସାହା ହୋଇବ ଭାଇ

ସ୍ନେହ ଆଦର ର ଧାରା ଝରାଇ ।

ଭଉଣୀ ବାନ୍ଧନ୍ତି

ଭାଇ ର ହାତ ରେ ଭଉଣୀ ରାକ୍ଷୀ ।


ଭାଇ ର ହାତ ରେ ଭଉଣୀ ରାକ୍ଷୀ

ସ୍ନେହ ମମତାର ଅଲିଭା ସାକ୍ଷୀ ।

ରହିଥିବ ଚିରକାଳ ପାଇଁ କି

ସୁରକ୍ଷା କବଚ ଭଳି ଭାଇକି ।

କେତେ ସ୍ନେହ ଭରେ

ଭାଇ ପାଇଁ ଶୁଭ କାମନା କରେ ।


Rate this content
Log in

Similar oriya poem from Action