ଗୁରୁ ଦକ୍ଷିଣା
ଗୁରୁ ଦକ୍ଷିଣା
ଗୁରୁ ମାଗନ୍ତି ନାହିଁ ପାଉଣା
ଶିଷ୍ୟ ଦିଅନ୍ତି କିନ୍ତୁ ଦକ୍ଷିଣା
ସେ ଦକ୍ଷିଣା ନୁହେଁ ମାଗୁଣି
ଶିଷ୍ୟର ପରୀକ୍ଷା ଗଉଣି l
ଏକଲବ୍ୟ ଉପମନ୍ୟୁ ଆରୁଣୀ
ଅଛି ଅତୀତ ସାକ୍ଷୀ ସାରଣୀ
ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର
ଗୁରୁ ହିଁ ସାକ୍ଷାତ ଇଶ୍ୱର l
ଗୁରୁ ପୂଜନେ ଦିବ୍ୟଜ୍ଞାନ
ବାଳକେ କର ଆହରଣ
ଗୁରୁ ବଚନ ନକରି ଆନ
ଗୁରୁଙ୍କ କଥା ସଦା ମାନ l
ପାଇବ ଦର୍ଶନ ଭଗବାନ
ଗୁରୁ ଅଟନ୍ତି ଶ୍ରେଷ୍ଠ ଜ୍ଞାନ ଧନ
ଗୁରୁଙ୍କୁ ନକରିବା ଅପମାନ
ସହିବା କରି ଉଚିତ କର୍ମମାନ
ଗୁରୁ ଆଦେଶ ଶିରୋଧାର୍ଯ୍ୟ l
ଗୁରୁ ଅଟନ୍ତି ଶ୍ରେଷ୍ଠ ଆଚାର୍ଯ୍ୟ
ଗୁରୁ ବିନା ଗତି ମୁକ୍ତି ନାହିଁ
ଗୁରୁ ବିନା ମାନ ସମ୍ମାନ କାହିଁ
ବିଦ୍ୟା ବୁଦ୍ଧି ଜ୍ଞାନ କୌଶଳ
ଗୁରୁ ପୂଜିଲେ ସାଧନ ମଙ୍ଗଳ l
