STORYMIRROR

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ମୂଲ୍ୟବୋଧ ଶିକ୍ଷା ପଦ୍ଧତି ଅଭାବ

ମୂଲ୍ୟବୋଧ ଶିକ୍ଷା ପଦ୍ଧତି ଅଭାବ

1 min
123


ଧନୀ ହେଉ କି ଦରିଦ୍ର ହେଉ, ଘଟିଛି 

ମାନବିକତାର ଅଭାବ,

ଶିକ୍ଷା ହୋଇଛି ମୂଲ୍ୟହୀନ, ନାହିଁ ମନେ 

ପରିଚ୍ଛନ୍ନତାର ଭାବ ।


କ୍ଷମତା ପଦବୀ ଓ ଆଇନ ରହିଛି ଯେଉଁ 

ଶିକ୍ଷିତ ମାନଙ୍କ ପାଖରେ,

ସେମାନେ ସରବେ ତଥାକଥିତ ଅପାଠୁଆ 

ସମାଜସେବୀଙ୍କ ଅଧୀନରେ ।


ବନ୍ଦୋବସ୍ତ ରହିଛି ଦୋଷୀକୁ ତୁରନ୍ତ ଦଣ୍ଡ 

ଦେବା ବଦଳରେ,

ତାକୁ ସମସ୍ତ ପ୍ରକାର ସୁରକ୍ଷା ଦେବା ରହିଛି 

ଆଇନ ପାଠରେ ।


ଦୃଷ୍ଟିକୁ ଆସୁଥିବା ଅନେକ ଘଟଣା ଲୁଚିଯାଏ 

ଏ ସମାଜରେ

ମଣିଷ ମାରି ନାରକୀୟ କାର୍ଯ୍ୟ କରି ବସନ୍ତି 

ଯାଇ କ୍ଷମତାରେ ।


ସେ ଜହ୍ଲାଦ ମାନେ ସୁଯୋଗ ଉଣ୍ଡନ୍ତି ସର୍ବ 

ଭୋକ ମେଣ୍ଟାଇବାକୁ

ଆଶା ଦିଶୁନି ଏମାନଙ୍କ ହୃଦୟଛୁଆଁ ଅନୀତି 

କାର୍ଯ୍ୟ ବଦଳିବାକୁ ।


କାରଣ ମୂଲ୍ୟବୋଧ ଶିକ୍ଷା ପଦ୍ଧତି ଦେଶ

ରେ ନାହିଁ ବହୁ ଦିନରୁ

ଅନ୍ୟାୟକୁ ବିରୋଧ କରିବା ବୃଥା ଆଶା, 

ଡିଗ୍ରୀଧାରୀ ପାଠୁଆଙ୍କ ଠାରୁ ।



Rate this content
Log in

Similar oriya poem from Action